ଫୁଲବାଣୀ : ଫୁଲବାଣୀ ଜିଲ୍ଲା ମଣ୍ଡଳ କାରାଗାର ରେ ଥିବା ବିଚାରାଧୀନ କଏଦୀ କୁ ଫୁଲବାଣୀ ଟାଉନ୍ ଥାନା ପୋଲିସ୍ ନିସ୍ତୁକ ମାରିବା ହେତୁ ଫୁଲବାଣୀ ମୁଖ୍ୟ ଚିକତ୍ସାଳୟ ରେ ଚିକିତ୍ସିତ ଅବସ୍ଥାରେ କଏଦୀ ର ମୃତ୍ୟୁ ହୋଇଥିବା ଯୋଗୁଁ ସେହି ପୋଲିସ୍ ମାନଙ୍କ ଉପରେ ତାମିଲ୍ ନାଡୁ ରେ ଯେଭଳି ପୋଲିସ୍ ର ଅମାନୁଷିକ କାର୍ଯ୍ୟ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେପରି ଏହି ପୋଲିସ ମାନଙ୍କ ପ୍ରତି ସେପରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ଫୁଲବାଣୀ ପୌର ପରିଷଦ ୱାର୍ଡ ନଂ ୯ ବାସିନ୍ଦା ରଞ୍ଜନ କୁମାର ବେହେରା ଙ୍କ ପୁଅ ମୃତକ ହେରାନ୍ ବେହେରା ତା ୧୩ ତାରିଖ ଭୋର ୩.୩୦ ସମୟରେ ରିଜର୍ଭ ପୋଲିସ ଡ୍ରାଇଭର ଙ୍କ ଠାରୁ ଚରସ୍ ଥିବା ସନ୍ଦେହ କରି ଫୁଲବାଣୀ ଗାନ୍ଧୀ ଛକ ନିକଟରେ ଗୋଟିଏ ବ୍ୟାଗ୍ ଛଡ଼ାଇ ନେଇଥିଲା। ତା ପରେ ସେହି ପୋଲିସ୍ ଡ୍ରାଇଭର ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲା। ପୋଲିସ୍ ଅଭିଯୋଗ କୁ ଭିତ୍ତି କରି ୯୯/୨୬ ଦଫା ୩୦୯ (୪) ଏକ ମାମଲା ରୁଜୁ କରି ପୋଲିସ୍ ଆସି ହେରାନ୍ ଙ୍କ ଘରକୁ ଆସି ତାଙ୍କୁ ନିସ୍ତୁକ ମାଡ ମାରି ବ୍ୟାଗ୍ ସିଜ୍ କରି ନେଇ ଯିବାସହ ହେରାନ୍ କୁ ଗିରଫ କରି ଥାନାକୁ ନେଇ ନିର୍ମମ ଭାବରେ ନିସ୍ତୁକ ମାଡ ମାରି କୋର୍ଟ ଚାଲାଣ କରିଥିବା ଯୋଗୁଁ ହେରାନ୍ ର ମୃତ୍ୟୁ ହୋଇଛି ଏହି ଘଟଣା ର ସି ବି ଆଇ ତଦନ୍ତ ସହ ନ୍ୟାୟିକ ତଦନ୍ତ

କରାଯାଉ ବୋଲି ତା ୧୭/୪ ରିଖ ରେ ମିଳିତ ମଞ୍ଚ କନ୍ଧମାଳ ପକ୍ଷରୁ ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ଉପଦେଷ୍ଠା ତଥା ବରିଷ୍ଠ ଆଇନଜିବୀ ଆଦିବାସୀ ନେତା ସର୍ଦ୍ଦାର ଲମ୍ବଦୋର କହଁର ଯୁବକ କୁ ପୋଲିସ ନିର୍ମମ ଭାବେ ପିଟିବାରୁ ସସ୍ଥ ଥିବା ଯୁବକ ର ମୃତ୍ୟୁ ହୋଇଛି ବୋଲି ଲମ୍ବୋଦର କହଁର ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ମୃତ କଏଦୀ ର ବାପା ମାଆ ମୋ ପୁଅକୁ ଅଧିକ ମାରିଥିବା ଯୋଗୁଁ ମୋ ପୁଅ ର ମୃତ୍ୟୁ ହେଲା ସିବିଆଇ ତଦନ୍ତ କରାଯାଇ ଯେଉଁ ପୋଲିସ ମୋ ପୁଅକୁ ମାଡ ମାରି ଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ତତ୍ ସହିତ କେସ ରଫା ଦଫା କରିବା ପାଇଁ ପୋଲିସ୍ ୨୫ ଲକ୍ଷ ଟଙ୍କା ଯାଚୁ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ସଭାପତି ସମୀର ଘଟାଲ,ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଆମ୍ବେଦ କର ସ୍ମୃତି କମିଟି ସଦସ୍ୟ ମିଲନ କହଁର, ତ୍ରିନାଥ ମାଝୀ ଉପସ୍ଥିତ ଥିଲେ।ଏପଟେ ତା ୧୮/୪/୨୬ ରିଖ ଶନିବାର ଦିନ ଅପରାହ୍ନ ରେ ଗତକାଲି ସାମ୍ୱାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ ପୋଲିସ୍ ବିରୁଦ୍ଧରେ ହୋଇଥିବା ଅଭିଯୋଗ କୁ ନେଇ ଟାଉନ୍ ଥାନା ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି ଙ୍କର ନିର୍ଦ୍ଦେଶ ରେ ସେହି ଜେଲ୍ କଏଦୀ ହେରାନ ଙ୍କର ମୃତ୍ୟୁ କୁ ନେଇ ଫୁଲବାଣୀ ଏସ୍ ଡି ପି ଓ ଶୁଭ୍ର ଜିତ୍ ବିଶ୍ୱାଳ ଓ ଥାନା ଅଧିକାରୀ ରିତାମ୍ଭର ପ୍ରଜ୍ଞା କର ଙ୍କର ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଏସ୍ ଡି ପି ଓ ଶ୍ରୀ ବିଶ୍ୱାଳ ପୋଲିସ୍ ଏହି କେସ ରଫାଦଫା କରିବା ଏବଂ ପୋଲିସ୍ ର ମାଡ ଜନିତ ମୃତ୍ୟୁ ସମ୍ପର୍କରେ ଅଭିଯୋଗ ନ କରିବା ପାଇଁ ୨୫ ଲକ୍ଷ ଟଙ୍କା ପରିବାର ଲୋକେ ଙ୍କୁ ଲାଞ୍ଚ ପ୍ରଦାନ କଥା ମିଛ । ଯଦି ପିତାମାତା ବା ଅନ୍ୟ କାହାରି ପାଖରେ କିଛି ପ୍ରମାଣ ଥାଏ ତେବେ ଦୋଷୀ ପୋଲିସ ଅଫିସର ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ହରିଶ ବି ସି ଙ୍କ ଷ୍ଟେଟମେଣ୍ଟ କୁ ଫୁଲବାଣୀ ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ ଟାଉନ ଥାନାରେ ଆୟୋଜିତ ପ୍ରେସ ମିଟରେ ପ୍ରକାଶ କରିଛନ୍ତି ପୋଲିସ ହାରେନ କୁ ପିଟି ପିଟି ମାରିଥିବା ଖବର ଓ ମାତା ପିତା ଙ୍କ ଅଭିଯୋଗ ସମ୍ପୂର୍ଣ ମିଛ ଅଟେ। ଜେଲକୁ ଚାଲାଣ କଲା ବେଳେ ହାରେନ କୁ ତା ମାଆର ଉପ ସ୍ଥିତିରେ ଖାଇବାକୁ ଦେବା ଭିଡ଼ିଓ ରହିଁଛି। ସେ ସୁସ୍ଥ ଥିବା ଦେଖାଯାଉଛି ବୋଲି ଜଣା ପଡୁଛି। ଇନକ୍ୱେଷ୍ଟ ବେଳେ ହାରେନ ର କ୍ଷତ ନ ଥିଲା। ଗତ ୧୫ ତାରିଖ ସକାଳ ୭. ୧୫ ର ରେ ହାରେନ କୁ ଜେଲରୁ ଚିକିତ୍ସା ପାଇଁ ଡାକ୍ତର ଖାନାକୁ ନିଆ ଯାଇଥିଲା। ହାରେନ କୁ ସୁଗାର ୨୫ କୁ ଖସି ଆସିଥିଲା, ପଲସ ଡାଉନ ଥିଲା। ଏବଂ ତାକୁ ଏପିଲେପସୀ ଥିଲା ସେବଡ୍ରଗ୍ସ ଖାଉଥିଲା ବୋଲି ଚିକିତ୍ସା କରୁଥିବା ରିପୋର୍ଟ ଦେଇଛନ୍ତି ଡାକ୍ତର। ଏସବୁ ରିପୋର୍ଟ ଏନ ଏଚ ଆର ସି କୁ ପୋଲିସ ପ୍ରଦାନ କରିଛି।କୋର୍ଟ କୁ ମଧ୍ୟ୍ୟ ସମସ୍ତ ତଥ୍ୟ ଦିଆ ଯାଇଛି ବୋଲି ଆଇଆଇସି ଶ୍ରୀମତୀ ରିତାମ୍ଭର ପ୍ରଜ୍ଞା କର ଓ ଏସଡ଼ିପିଓ ଶ୍ରୀ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ତତ୍ ସହିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଏସ୍ଡ଼ିପିଓ ମିଳିତ ମଞ୍ଚର ହୋଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ, ଅତିରଂଜିତ ଓ କୋପଳ କଳ୍ପିତ ବୋଲି ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ କହିଛନ୍ତି।ହାରେନ ର ଅନ୍ତେଷ୍ଟୀକ୍ରିୟା ପାଇଁ ପୋଲିସ କିଛିପଇସା ଦେଇଥିବା ଆଲୋଚ୍ୟ ବିଷୟ ବି ମିଥ୍ୟା ଅଟେ। ହାରେନ ର ମାତାପିତା ବି କୌଣସି ପଇସା ପାଇଥିବା ନେଇ ପ୍ରେସ ମିଟ ରେ କହିନାହାନ୍ତି।

ପରିଦର୍ଶନରେ ଆସିଥିବା ଜେଲ ଆଇଜି ମଧ୍ୟ୍ୟ ଥାନାର କୌଣସି ଅଫିସର ଙ୍କୁ ଡାକି ନାହାନ୍ତି ବୋଲି ସାମ୍ବାଦିକ ଙ୍କର ପ୍ରଶ୍ନ ର ଉତ୍ତର ଦେଇ ସି ଡି ପି ଓ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। ଏପଟେ ପୋଲିସ୍ ନିଜ ମୁଣ୍ଡରୁ ଅଠା ଛଡ଼ାଇ ବାକୁ ଯାଇ ଜେଲ୍ କର୍ମଚାରୀ ମାଡ ମାରିବା କଥା ଟାଉନ୍ ଥାନା ପୋଲିସ୍ କହିଛି। ସେପଟେ ଜେଲ୍ କର୍ମଚାରୀ ନିଜ ଉପରକୁ ଦୋଷ ଆସିବ ବୋଲି ଜେଲ୍ ହାଜତ କୁ କଏଦୀ ହେରାନ କୁ ନ ଆଣିବା ପୂର୍ବରୁ ଟାଉନ୍ ଥାନା ପୋଲିସ୍ ମାଡ ମାରିଥିବା ଯୋଗୁଁ କଏଦି ମୃତ୍ୟୁ ହୋଇଛି ବୋଲି ଗତ କାଲି ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସିନ ଅତିଥି ଗଣ ମାଧ୍ୟମ କୁ ଏହି ସୂଚନା ଦେଇଥିଲେ। ସେହି ସୂଚନା ଅନୁସାରେ ଜେଲ୍ କର୍ମଚାରୀ କହିବା ଠିକ୍ ନା ଆଜିର ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ ସୂଚନା ଠିକ୍ ଦ୍ୱନ୍ଦ୍ୱ ଉପୁଜିଛି।
