ଲକ୍ଷ୍ନୌ: ଯୋଗୀ ସରକାରଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶ ଆତଙ୍କବାଦ ଏବଂ କଟ୍ଟରପନ୍ଥୀ ନେଟୱାର୍କ ବିରୋଧରେ କ୍ରମାଗତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ଅଭିଯାନ ଅଧୀନରେ, ୟୁପି ଏଟିଏସ୍ ଆଜମଗଡ଼ରୁ ୧୯ ବର୍ଷୀୟ ମହମ୍ମଦ ନାବିଲକୁ ଗିରଫ କରିଛି ଏବଂ ଏକ୍ୟୁଆଇଏସ (ଭାରତୀୟ ଉପମହାଦେଶରେ ଅଲ-କାଏଦା) ସହ ଜଡ଼ିତ ଏକ ସନ୍ଦିଗ୍ଧ ନେଟୱାର୍କର ପର୍ଦ୍ଦାଫାସ କରିଛି। ସୋସିଆଲ ମିଡିଆ ଏବଂ ଏନକ୍ରିପଟେଡ୍ (ସୁରକ୍ଷିତ) ଗ୍ରୁପ୍ ମାଧ୍ୟମରେ, ନାବିଲ ଜମ୍ମୁ-କାଶ୍ମୀର ତଥା ଭାରତ ଓ ବିଦେଶର ବିଭିନ୍ନ ଅଞ୍ଚଳର ଯୁବକମାନଙ୍କୁ ଆତଙ୍କବାଦୀ ବିଚାରଧାରା ସହ ଯୋଡ଼ିବା, ସେମାନଙ୍କୁ ଜିହାଦ ପାଇଁ ପ୍ରସ୍ତୁତ କରିବା ଏବଂ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ରହିଛି। ସେ ପାକିସ୍ତାନର ସହାୟତାରେ ଦେଶରେ ହିଂସାତ୍ମକ କାର୍ଯ୍ୟକଳାପ କରିବା ଏବଂ “ଗଜୱା-ଏ-ହିନ୍ଦ୍’ ସମ୍ବନ୍ଧୀୟ ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ୟୁପି ଏଟିଏସ୍ ଅନୁଯାୟୀ, ଆଜମଗଡ଼ର ଦିଦାରଗଞ୍ଜ ଥାନା ଅଞ୍ଚଳର ବାସିନ୍ଦା ମହମ୍ମଦ ନାବିଲ ସୋସିଆଲ ମିଡିଆ ମାଧ୍ୟମରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଏକ୍ୟୁଆଇଏସର ବିଚାରଧାରାର ପ୍ରଚାର ଓ ପ୍ରସାର କରୁଥିଲା। ସେ ଯୁବକମାନଙ୍କୁ ଏହି ଆତଙ୍କବାଦୀ ଗୋଷ୍ଠୀ ସହ ଯୋଡ଼ିବା, ସେମାନଙ୍କୁ ଜିହାଦ ପାଇଁ ପ୍ରସ୍ତୁତ କରିବା ଏବଂ ଏହି କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲା। ନାବିଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତିଆରି ହୋଇଥିବା ବିଭିନ୍ନ ଏନକ୍ରିପଟେଡ୍ ଗ୍ରୁପ୍ ମାଧ୍ୟମରେ ଭାରତ ତଥା ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଯୋଡ଼ୁଥିଲା। ତଦନ୍ତରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏହି ଅନ୍ଲାଇନ୍ ଗ୍ରୁପ୍ଗୁଡ଼ିକ ମାଧ୍ୟମରେ ଆତଙ୍କବାଦୀ ବିଚାରଧାରା ସମ୍ବନ୍ଧୀୟ ସାମଗ୍ରୀ ଆଦାନପ୍ରଦାନ କରାଯାଉଥିଲା। ନାବିଲର ମୋବାଇଲ୍ ଫୋନ୍ ଯାଞ୍ଚ ସମୟରେ ‘ଲା ଘାଲିବ-ଇଲ୍ଲାହ’ ନାମକ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ମିଳିଥିଲା। ତଦନ୍ତରୁ ଜଣାପ ଅଭିଯୋଗ ଅନୁଯାୟୀ, ତା’ର ଲକ୍ଷ୍ୟ ଥିଲା ଏହି ବ୍ୟକ୍ତିମାନଙ୍କ ମାଧ୍ୟମରେ ଏବଂ ପାକିସ୍ତାନର ସହାୟତାରେ ଦେଶରେ ଏକ ବଡ଼ ଧରଣର ହିଂସାତ୍ମକ ଘଟଣା ଘଟାଇବା ପାଇଁ ଯୋଜନାକୁ ଆଗକୁ ବଢ଼ାଇବା। ତଦନ୍ତରୁ ଜଣାପଡ଼ିଛି ଯେ, ନାବିଲ୍ ପାକିସ୍ତାନର ସହାୟତାରେ ଭାରତରେ “ଗଜୱା-ଏ-ହିନ୍ଦ୍’ ସମ୍ବନ୍ଧୀୟ ଏକ ଯୋଜନା ଉପରେ ମଧ୍ୟ କାମ କରୁଥିଲା। ନାବିଲ୍ “ଫ୍ଲେମ୍ସ ଅଫ୍ ୱା’ର୍ ନାମକ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ସହିତ ମଧ୍ୟ ଜଡ଼ିତ ଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ବାଂଲାଦେଶ, ମିଆଁମାର ଏବଂ ସାଉଦି ଆରବର ଲୋକମାନେ ମଧ୍ୟ ଏହି ଗ୍ରୁପର ସଦସ୍ୟ ଥିଲେ। ଏଟିଏସ୍ ଜଣାଇଛି ଯେ, ଏହି ଗ୍ରୁପରେ ଆତଙ୍କବାଦୀ ସଂଗଠନ “ଅଲ୍-କାଏଦା’ର ବିଚାରଧାରା ସମ୍ବନ୍ଧୀୟ ବିଷୟବସ୍ତୁ ନିୟମିତ ଭାବେ ସେୟାର କରାଯାଉଥିଲା। ତଦନ୍ତରୁ ନାବିଲର କଥିତ କାର୍ଯ୍ୟକଳାପର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି। ବିଭିନ୍ନ ଅନ୍?ଲାଇନ୍ ଗ୍ରୁପରେ ଯୋଗ ଦେଇ ସେ ଲୋକମାନଙ୍କୁ ନିଜର ଲକ୍ଷ୍ୟ ହାସଲ ପାଇଁ ତାଲିମ ନେବା ନିମନ୍ତେ ପାକିସ୍ତାନ, ତୁର୍କୀ ଏବଂ ବାଂଲାଦେଶ ଯିବାକୁ ଉତ୍ସାହିତ କରୁଥିଲା ବୋଲି ଅଭିଯୋଗ ରହିଛି। ନାବିଲ୍ ପାକିସ୍ତାନ ଏବଂ ଅନ୍ୟାନ୍ୟ ସ୍ଥାନରେ ଲୋକଙ୍କ ପାଇଁ ବୋମା ତିଆରି ତାଲିମର ବ୍ୟବସ୍ଥା କରିବାକୁ ଯୋଜନା କରୁଥିଲା। ସେ ଗ୍ରୁପରେ ବୋମା ତିଆରି ପ୍ରଣାଳୀ ସମ୍ବନ୍ଧୀୟ ଭିଡିଓ ମଧ୍ୟ ସେୟାର କରିଥିଲା। ତଦନ୍ତରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ପୋଟାସିୟମ୍ ନାଇଟ୍ରେଟ୍ ସଂଗ୍ରହ କରିବା ପଦ୍ଧତି ସମ୍ବନ୍ଧୀୟ ସୂଚନା ମଧ୍ୟ ସେଠାରେ ସେୟାର କରାଯାଉଥିଲା।
