ପୁରୀ: କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଓଡ଼ିଶା କ୍ରୀଡା ମହାକୁମ୍ଭ ସିଏମ ଟ୍ରଫି ୨.୨ ଆନ୍ତଃ ଜିଲ୍ଲା ପ୍ରତିଯୋଗିତା ପ୍ରତିଭା ଅନେକ ଲକ୍ଷ ଏକ ପଡିଆରୁ ପୋଡିୟମ ଫୁଟବଲ, ଖୋ ଖୋ, ଭଲିବଲ, କବାଡି ଚାମ୍ପିୟାନସିପ ଶନିବାର ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରି କହିଲେ ଓଡ଼ିଶା ସରକାରଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷରେ ପୁରୀଜିଲ୍ଲାର ଗ୍ରାମାଞ୍ଚଳର ପ୍ରତିଭାବାନ କ୍ରୀଡାବିତ ମାନେ ବ୍ଲକରୁ ଆସି ଜିଲ୍ଲାରେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟର ନାମ ରଖିବା ସହ ଦେଶର ନାମ ରଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ଯବକ୍ତା ଭାବେ ପୁରୀ ମହାନଗର ନିଗମ କାର୍ଯ୍ଯ ନିର୍ବାହୀ
ଅଧିକାରୀ ଅଭିମନ୍ଯୁ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତ ଖୋ ଖୋ ଫେଡେରେସନ ଉପସଭାପତି ଓ ରାଜ୍ଯ ଖୋ ଖୋ ଫେଡେରେସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ କହିଲେ ଗ୍ରାମର ପିଲାମାନେ ଖେଳ ପ୍ରଦର୍ଶନ କରି ଏବେ ଦେଶର ନାମ ରଖିଛନ୍ତି । ଭଲ ଖେଳିବା ଦ୍ୱାରା କ୍ରୀଡାବିତ ନିଜର ପରିଚୟ ସୃଷ୍ଟିକରିବ । ଗାଁ ଖେଳ ପଡିଆରୁ ଜିଲାର ପୋଡିୟମ ପର୍ଯ୍ୟନ୍ତ ଆସି ପାରିଛନ୍ତି । ଖେଳିବା ଦ୍ୱାରା ଶରୀର ସୁନ୍ଦର ଗଠନ ଶୈଳୀ ସୃଷ୍ଟିକରିବ ଓ ମନ ସ୍ଥିର ହେବା ସହ ସୁସ୍ଥ ଶରୀର ରହିବ । ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା କ୍ରୀଡା ସଂସଦ ଉପସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଉପସ୍ଥିତ ରହି କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରାଯାଇଥିଲା । ଏଥିରେ ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀ ଅଧ୍ୟକ୍ଷତା କରି କହିଥିଲେ
ସରକାରଙ୍କ ଲୋକାଭିମୁଖୀ ତଥା ତୃଣମୂଳ ସ୍ତରରେ କୋମଳମତି କ୍ରୀଡ଼ାବିତ୍ ମାନଙ୍କ ପ୍ରତିଭା ବିକାଶ କରି ଆଗାମୀ ଦିନରେ ଅଲମ୍ପିକ୍ସ ରେ ଓଡ଼ିଶା ଓ ଭାରତର ଦମଦାର ପ୍ରଦର୍ଶନ ପାଇଁ ଯେଉଁ ପ୍ରୟାସ ତାହା ଏକ ଐତିହାସିକ ପଦକ୍ଷେପ । କ୍ରୀଡ଼ାବିତ୍ ମାନଙ୍କ ମାର୍ଚ୍ଚ ଫାଷ୍ଟରେ ଡ୍ରମ ବାଜା ତାଳେ ତାଳେ ନାଲି, ସବୁଜ, ବ୍ଲ, ହଳଦିଆ ମେରୁନ ଫ୍ଲାଗ ହାତରେ ଧରି ଶୃଙ୍ଖଳିତ ଧାଡିରେ ଭବ୍ଯ ସ୍ୱାଗତ ଓ ଉତ୍ସାହିତ ହୋଇଥିଲେ । କୁନି ଓଡ଼ିଶୀ ଶିଳ୍ପୀ ମାନଙ୍କ ନୃତ୍ଯ , ଯାଦୁଗରଙ୍କ ନିଖୁଣ ମେଜିକ କଳାର ପ୍ରଦର୍ଶନ, ଗରିଲା କଣ୍ଢେଇର ନୃତ୍ଯରେ ଝୁମିଥିଲେ କ୍ରୀଡାବିତ, କୋଚ ଓ ଅଫିସର । ଉଦଘାଟନୀ ପର୍ବରେ ଶାନ୍ତିର ପ୍ରତୀକ କପୋତକୁ ଅତିଥି ମାନେ ଉଡ଼ାଇଥିଲେ । ଇ. ବି. ଦାସଙ୍କ ଦ୍ୱାରା ମ୍ୟାଜିକ ସୋ ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲା । ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଖେଳପଡିଆରେ କ୍ରୀଡାବିତିଙ୍କ ସହ ଅତିଥି ମାନେ କରମର୍ଦ୍ଦନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଖୋ ଖୋ ରେ ୬ ଟି ବାଳିକା ଦଳ ଅଂଶଗ୍ରହଣ କରିଥିଲେ । ଖୋ ଖୋରେ ଡେଲାଙ୍ଗ ବ୍ଳକ୍ କେ. ପି. ପି ଚାମ୍ପିଅନ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅମାଳଙ୍ଗ ଉପ୍ରା ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଚନ୍ଦେଶ୍ୱରି ଉପ୍ରା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଗାମୀ ଦିନରେ ରାଜ୍ୟସ୍ତରୀୟ ଜୋନ୍ ପାଇଁ ଚୂଡ଼ାନ୍ତ ବାଳିକା ଦଳ ଚୟନ କରାଯାଇ ସମ୍ପାଦକ ମହୋଦୟଙ୍କୁ ହସ୍ତାନ୍ତର କରାଯାଇଛି। ବହୁ କ୍ରୀଡାବିତ, କୋଚ, ଅଫିସର ମାନେ ଉପସ୍ଥିତ ରହି ଖେଳକୁ ପରିଚାଳନା କରୁଛନ୍ତି ।
