ପୁରୀ: ବଲିଉଡର କିମ୍ବଦନ୍ତୀ ପ୍ରଛଦପଟ ଗାୟିକାଆଶା ଭୋସଲେଙ୍କର ରବିବାର ୯୨ ବର୍ଷ ବୟସରେ ପରଲୋକ ଘଟିଛି । ଭାରତୀୟ ସଙ୍ଗୀତ ଜଗତର ଅପରାଜୟ ସାମ୍ରାଜ୍ଞୀ ଆଶା ଭୋସଲେ ଯିଏ ନିଜ ସ୍ୱରରେ ଆଠ ଦଶନ୍ଧି ଧରି ନିଜର ମଧୁର କଣ୍ଠରେ କୋଟି କୋଟି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କ ବିୟୋଗରେ ପୁରୀ ଅଠରନଳା ସ୍ଥିତ ଭାସ୍କର୍ଯ୍ଯ ଶିଳ୍ପୀ ୪୫ ମିନିଟ୍ ର ଏକ ସ୍ଯାଣ୍ଡ ଆନିମେସନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ପଦ୍ମ ବିଭୂଷଣ ଆଶା ଭୋସଲେଙ୍କ ବିୟୋଗରେ ବଲିଉଡ ନୁହେଁ ବରଂ ସମଗ୍ର ବିଶ୍ୱ ସଙ୍ଗୀତ ଜଗତର ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
