ପୁରୀ: ଚଳିତବର୍ଷ ଏପ୍ରିଲ ୧ ୨ ତାରିଖ ରବିବାର ବୈଶାଖ କୃଷ୍ଣପକ୍ଷ ଦଶମୀ ତିଥିରେ ଉତ୍କଳ ବିଦ୍ୱତ ପରିଷଦ ଆନୁକୁଲ୍ୟରେ ପଞ୍ଚମ ଥର ପାଇଁ ସମୁହ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯ ଜଣ ବ୍ରାହ୍ମଣ ବାଳକଙ୍କର ନିଶୁଳ୍କ ବ୍ରତୋପନୟନ ଉତ୍କଳ ବିଦ୍ୱତ ପରିଷଦ ଆନୁକୁଲ୍ୟରେ ପାରମ୍ପାରିକ ରୀତିନୀତି ସହ ମହାଆଡମ୍ବରେ ସମ୍ପନ୍ନ ହୋଇଯାଇଛି । ପଞ୍ଚମ ଥର ପାଇଁ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମ ପୁରୀ ଗୁଣ୍ଡିଚା ଭକ୍ତ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୧୨ ଟି ଜିଲ୍ଲାରୁ ବ୍ରାହ୍ମଣ ବାଳକମାନେ ସେମାନଙ୍କ ପିତା ମାତା ଅଭିଭାବକଙ୍କ ସହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆର୍ôଥକ ତଥା ସାମାଜିକ ବିପନ୍ନ ଥିବା ବ୍ରାହ୍ମଣ ବାଳକ ଯଜ୍ଞ ଉପବୀତ ଧାରଣ ପରେ ବ୍ରାହ୍ମଣ କର୍ମ କରି ସ୍ୱାବଲମ୍ବୀ ହୋଇପାରିବେ ସେହି ଲକ୍ଷରେ ପ୍ରତିବର୍ଷ ଉତ୍କଳ ବିଦ୍ୱତ ପରିଷଦ ଏହି ନିଶୁଳ୍କ ବ୍ରତୋପନୟନ ଆୟୋଜିତ କରି ଆସୁଛି । କାର୍ଯ୍ୟକ୍ରମରେ ପୁରୀ ତଥା ଅନ୍ୟାନ୍ୟ ସ୍ଥାନରୁ ଶ୍ରଦ୍ଧାଳୁ ଧର୍ମାନୁରାଗୀ ବ୍ୟକ୍ତି ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ । ଅତିଥି ମାନଙ୍କ ପାଇଁ ଜଳପାନ ସହ ପ୍ରୀତିଭୋଜନର ବ୍ୟବସ୍ଥା ହୋଇଥିଲା । ପୁରୀର ପାରମ୍ପରିକ ମଠାଧୀଶ, ଶ୍ରୀମନ୍ଦିର ର ବରିଷ୍ଠ ସେବକ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ବ୍ରହ୍ମଚାରି ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ । ସହଯୋଗୀ ସଂସ୍ଥାନ ଆପଣଙ୍କ ସେବାରେ ସଦସ୍ୟ ମାନେ ଦିନ ତମାମ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ନବ ବ୍ରହ୍ମଚାରିମାନେ ସିଂହଦ୍ୱାରକୁ ଯାଇ ପତିତପାବନଙ୍କୁ ଦର୍ଶନ କରି ନିଜ ନିଜ ଘରକୁ ବାହୁଡିଥିଲେ । ପରିଷଦର ସଭାପତି ମନୋଜ ରଥ, ସମ୍ପାଦକ ବିଜୟକୃଷ୍ଣ ବ୍ରହ୍ମା, କୋଷାଧକ୍ଷ କମଳାକାନ୍ତ ଆଚାର୍ଯ୍ୟ ଆପଣଙ୍କ ସେବାରେ ଅନୁଷ୍ଠାନର ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର, ଦେବାନନ୍ଦ ମିଶ୍ର, ପୁରୀ ନଗର ସମ୍ପାଦକ ଦେବୀ ବ୍ରହ୍ମା, କୃଷ୍ଣଚନ୍ଦ୍ର ଦାସ ,ବିରଞ୍ଚି ମିଶ୍ର, ଦିବ୍ୟରଞ୍ଜନ ଦାଶ, ରଞ୍ଜେଶ ସାହୁ, ସୌମ୍ୟଶ୍ରୀ ଆଶ୍ରିବାଦ, ଜଗଦୀଶ ପ୍ରଧାନ, କୃଷ୍ଣ ଚନ୍ଦ୍ର ମିଶ୍ର ,ଦେବେନ୍ଦ୍ର ମହାରଣା, ସୁଶାନ୍ତ ଦାସ, ସିସେନ ପ୍ରତିହାରୀ, ଅନୁପମା କର, ପୁଷ୍ପିତା ପଟ୍ଟନାୟକ , ଜଗନ୍ନାଥ ରେଡ୍ଡୀ , ଅର୍ଜୁନ ମହାରଣା,ସତ୍ୟଦୀପ ମିଶ୍ର, ପ୍ରଭାତ ପଣ୍ଡା, ଜ୍ୟୋତି ରଞ୍ଜନ ମହାନ୍ତି , ଗଣେଶ୍ୱର ମହାସୁଆର , ଭଗବାନ ମିଶ୍ର , ଲକ୍ଷ୍ମୀପ୍ରିୟା ସାହୁ , ତୃପ୍ତି ପଣ୍ଡା , ପ୍ରଦୀପ ସ୍ୱାଇଁ , ଅମୀୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।
