ନୂଆଦିଲ୍ଲୀ : ମହିଳା କ୍ରିକେଟରେ ଯୋଡ଼ି ହେବାକୁ ଯାଉଛି ଆଉ ଗୋଟିଏ ନୂଆ ଅଧ୍ୟାୟ। ପ୍ରଥମଥର ପାଇଁ ଆସନ୍ତା ବର୍ଷ ଆୟୋଜନ ହେବ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି। ଆଉ ଏହି କ୍ରିକେଟ ମହାକୁମ୍ଭର ମୂଳଦୁଆ ଭାରତରେ ପଡ଼ିବ। କାରଣ ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସଂସ୍କରଣର ଆୟୋଜନ ଅଧିକାର ପାଇଛି ଭାରତ। ମୁମ୍ବାଇ ଓ ବଦୋଦରାରେ ୬ଟି ଟିମକୁ ନେଇ ଟି-୨୦ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ୨୦୨୭ ମସିହା ଫେବୃଆରୀ ୧୪ରୁ ୨୮ ଯାଏ ୬ଟି ଯାକ ଦଳ ଭାରତରେ ଟ୍ରଫି ପାଇଁ ଟକ୍କର କରିବେ। ମୁମ୍ବାଇରେ ଥିବା କ୍ରିକେଟ କ୍ଲବ ଅଫ ଇଣ୍ଡିଆ ଓ ବଦୋଦରା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ମ୍ୟାଚ୍ ଗୁଡ଼ିକ ଖେଳାଯିବ। ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଭାଗ ନେବେ। ଏ ସମ୍ପର୍କରେ ଆଇସିସି ବିଧିବଦ୍ଧ ଭାବେ ଆଜି ଘୋଷଣା କରିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଆଇସିସି ଟି-୨୦ ରାଙ୍କିଙ୍ଗ ଅନୁସାରେ ଟପ୍ ୬ଟି ଦଳ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଙ୍କିଙ୍ଗ ପର୍ଯ୍ୟାୟ ଯୋଗ୍ୟତା ପାଇଁ ଜୁଲାଇ୬ ଥିଲା କଟଅପ ତାରିଖ। ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯିବ। ଏହାର ଅର୍ଥ ପ୍ରତିଟି ଦଳ ୫ଟି ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ଟପ୍ ୨ଟି ଟିମ ଫେବୃଆରୀ ୨୮ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ପହଞ୍ଚିବେ। ବାସ୍ତବରେ ଟୁର୍ଣ୍ଣାମେରାଉଣ୍ଡ ରବିନ ଫର୍ମାଟରେ ଖେଳାଯିବ। ଏହାର ଅର୍ଥ ପ୍ରତିଟି ଦଳ ୫ଟି ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ଟପ୍ ୨ଟି ଟିମ ଫେବୃଆରୀ ୨୮ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ପହଞ୍ଚିବେ। ବାସ୍ତବରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି। ୨୦୨୩ରେ ଭାରତ ପ୍ରଥମେ ପୁରୁଷ ଦିନିକିଆ ବିଶ୍ୱକପ ଆୟୋଜନ କରିଥିଲା। ଏହାପରେ ୨୦୨୫ରେ ମହିଳା ଦିନିକିଆ ବିଶ୍ୱକପ ଓ ୨୦୨୫ ପୁରୁଷ ଟି-୨୦ ବିଶ୍ୱକପ ଭାରତରେ ଖେଳା ଯାଇଥିଲା। ଏବେ ଭାରତକୁ ୨୦୨୭ ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର ମିଳିଛି।
