କଟକ: କଟକ ଓପିଏସ୍ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରଙ୍କ ବଡ଼ ଧରଣର ପ୍ରତିବାଦ । ନିଯୁକ୍ତି ପାଇନଥିବା ଶତାଧିକ ଏମବିବିଏସ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ଜଣାଇଛନ୍ତି । ଗତ ବର୍ଷ ମେ’ ମାସରେ ଓପିଏସ୍?ସି ଦ୍ୱାରା ୫୨୮୪ ପଦବି ଆହ୍ୱାନ କରାଯାଇଥିଲା । ସେଥିମଧ୍ୟରୁ ୩ ହଜାରରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ପରୀକ୍ଷା ବି ଦେଇଥିଲେ । ଏଥିରୁ ୧୮୪୦ ଜଣ ପ୍ରାର୍ଥୀ ?ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ପାସ୍ ହୋଇଥିବା ସମସ୍ତ ଏମବିବିଏସ ଡିଗ୍ରୀଧାରୀ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ୍ ପରେ ମୋଟ୍ ୮୨୨ ଜଣଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ଆହୁରି ୧୦୧୮ ଜଣଙ୍କୁ ନିଯୁକ୍ତି ପତ୍ର ମିଳି ପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ଡାକ୍ତର । ରାଜ୍ୟରେ ପ୍ରାୟ ୫ ହଜାରରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି । ଗତ ବର୍ଷ ମେ ମାସରେ ଙଚଝଉ ଦ୍ୱାରା ଆୟୋଜିତ ପରୀକ୍ଷାରେ ଯୋଗ୍ୟ ହୋଇଥିବା ପ୍ରାୟ ୧୮୪୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ୮୨୨ ଜଣଙ୍କ ନାଁ ବାହାରିଛି ମେଧା ତାଲିକାରେ । ଯୋଗ୍ୟ ପ୍ରାର୍ଥୀମାନେ ଙଚଝଉ ଦ୍ୱାରା ଡକ୍ୟୁମେଣ୍ଟ ଭେରିଫିକେଶନ ପ୍ରକ୍ରିୟାକୁ ମଧ୍ୟ ସଫଳତାର ସହ ଅତିକ୍ରମ କରିଛନ୍ତି । ମାତ୍ର ତାଲିକାରେ ସେମାନଙ୍କ ନାଁ ନାହିଁ ବୋଲି ଅଭିଯୋଗ ହୋଇଛି । ଏହକୁ ନେଇ ଙଚଝଉ କାର୍ଯ୍ୟାଳୟ ଆଗରେ ଆଜି (ସୋମବାର) ପ୍ରାର୍ଥୀମାନେ ଶାନ୍ତିପୂର୍ଣ ଆନ୍ଦୋଳନ କରିଛନ୍ତି । ଏନେଇ ଆନ୍ଦୋଳନରତ ନିଯୁକ୍ତି ଆଶାୟୀ ଡାକ୍ତର ଓମ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଓପିଏସସି ସଚିବ ବିଜୟ ଖଣ୍ଡାୟତରାୟ କହିଛନ୍ତି ଯେ, “ସବୁ ନିୟମ ଅନୁସାରେ ହୋଇଛି । ଏ ବାବଦରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି । କୋର୍ଟଙ୍କ ନିର୍ଦ୍ଦେଶ ରହିଛି, ୮୨୨ ଜଣଙ୍କୁ ନିଯୁକ୍ତି ଦେବା ପାଇଁ । ଏବଂ ନିୟମ ଅନୁସାରେ ତାହା କରାଯାଉଛି । ଗତବର୍ଷ ଏନେଇ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶ ଅନୁସାରେ ଓପିଏସସି ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ଆଜି ଆନ୍ଦୋଳନକାରୀ ଡାକ୍ତରମାନେ ସମାନ ପ୍ରଶ୍ନ କରିଥିଲେ । ସେମାନଙ୍କ ସହ ମଧ୍ୟ ଏହି ତଥ୍ୟ ଆଲୋଚନା କରାଯାଇଛି । ତେବେ ସରକାର ପରବର୍ତ୍ତୀ ନିଷ୍ପତ୍ତି ଯାହା ନେବେ ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ,” ବୋଲି ସଚିବ କହିଛନ୍ତି ।
