କଟକ: ଶିକ୍ଷାନୁଷ୍ଠାନରେ ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଓଡ଼ିଶା ଭିଜିଲାନ୍ସ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ଅନ୍ତର୍ଗତ ଲଇଡାସ୍ଥିତ ଦୂତିକା ସାହୁ କଲେଜର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ବର୍ତ୍ତମାନର ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ବସନ୍ତ କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ୭୩ ଲକ୍ଷ ୪୪ ହଜାର ୯୫୦ ଟଙ୍କା ସରକାରୀ ପାଣ୍ଠି ହେରଫେର ଅଭିଯୋଗ ରହିଛି।ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ଡ. ନାୟକ ୨୦୧୯-୨୦ରୁ ୨୦୨୪-୨୫ ଆର୍ôଥକ ବର୍ଷ ମଧ୍ୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ସମୟରେ କଲେଜ ଭିତ୍ତିଭୂମି ବିକାଶ ପାଇଁ ମିଳିଥିବା ସରକାରୀ ପାଣ୍ଠିରେ ଅନିୟମିତତା କରିଥିଲେ। ଭିଜିଲାନ୍ସ ତଦନ୍ତରେ ଅଭିଯୋଗ ହୋଇଛି ଯେ, ବାସ୍ତବରେ ଆବଶ୍ୟକ ଭୌତିକ ବିକାଶମୂଳକ କାର୍ଯ୍ୟ ନକରି ପାଣ୍ଠି ଆତ୍ମସାତ କରାଯାଇଥିଲା। ଏହାସହ ମିଥ୍ୟା ବିଲ୍ ପ୍ରସ୍ତୁତ କରିବା, ମଞ୍ଜୁର ହୋଇଥିବା ପାଣ୍ଠି ବିନିମୟରେ ଆବଶ୍ୟକ ସଂସ୍ଥାଗତ ଉପକରଣ ନକିଣିବା ଭଳି ଅଭିଯୋଗ ମଧ୍ୟ ରହିଛି। ଅଟୋମେସନ୍ ଓ ଡିଜିଟାଲ୍ ମ୍ୟାନେଜମେଣ୍ଟ ସଫ୍ଟୱେ?ର୍ କାର୍ଯ୍ୟାନ୍ୱୟନ ନାମରେ ମଧ୍ୟ ସରକାରୀ ଅନୁଦାନକୁ ଅନ୍ୟତ୍ର ବ୍ୟବହାର କରାଯାଇଥିବା ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଥିବା କୁହାଯାଇଛି।ଏହି ଘଟଣାରେ ଡ. ନାୟକଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୩/୨୦୨୬ ରୁଜୁ ହୋଇଛି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ଈଘଝ), ୨୦୨୩ର ସମ୍ପୃକ୍ତ ଧାରା ସହ ଦୁର୍ନୀତି ନିବାରଣ ଆଇନର ଧାରା ଲାଗୁ କରାଯାଇଛି।
