ବାରିପଦା ; ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା ଗ୍ରାମ ପଞ୍ଚାୟତ ତାଳପଦା ଛକ ନିକଟରେ ବୁଧବାର ରାତିରେ ଟ୍ରାକ୍ଟର ଧକ୍କା ରେ ଜଣକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ କରଞ୍ଜିଆ ଏନ ଏ ସି ଅନ୍ତର୍ଗତ ଶରଧା ଗ୍ରାମର ରାଜେନ୍ଦ୍ର ମାଟିଆଣ ବୋଲି ଜଣାପଡ଼ିଛି।।ଘଟଣା ସୂତ୍ରରୁ ପ୍ରକାଶ ଯେ ରାଜେନ୍ଦ୍ର ମାଟିଆଣ ନିଜ ଶଶୁର ଘର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ତାଳପଦା ଗ୍ରାମ ପଞ୍ଚାୟତ ଲକ୍ଷ୍ମୀପଷି ଗ୍ରାମକୁ ଏକୋଇଶା ଭୋଜି ଖାଇବା ପାଇଁ ଆସିଥିଲେ।କୈଣସି କାର୍ଯ୍ୟ ପାଇଁ ତାଳପଦା ଗ୍ରାମ କୁ ରାତି ପ୍ରାୟ ୧୦ଟା ସମୟରେ ଯାଇଥିଲେ।ସେଠାରୁ ସେ ଲକ୍ଷ୍ମୀପଷି ଗ୍ରାମକୁ ଫେରିବା ସମୟରେ ବାଲିପଷି ଗ୍ରାମ ପାଖରୁ ଟ୍ରାକ୍ଟର ଗାଡି ନଂ ଓଡି ୦୧ ଏଜେଡ ୪୧୭୬ ଠାକୁରମୁଣ୍ଡା ଯାଉଥିବା ବେଳେ ତାଳପଦା ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଠାକୁରମୁଣ୍ଡା ଥାନା କୁ ଫୋନ କରି ଜଣାଇବା ପରେ ଠାକୁରମୁଣ୍ଡା ଥାନା ଓଆଇସି ଅମରେଶ ବାରିକ ଓ ତାଙ୍କ ଟିମ ଘଟଣା ସ୍ଥଳରୁ ଟ୍ରାକ୍ଟର କୁ ଜବତ କରିବା ସହ କେଶ ନଂ ୩୭/୨୦୨୬ ଅନୁଯାୟୀ ଘଟଣା ର ତଦନ୍ତ କରୁଛନ୍ତି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ଅଟୋ ସହାୟତାରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଶବ ବ୍ୟବଚ୍ଛେଦ ପାଇଁ ତାଙ୍କୁ କରଞ୍ଜିଆ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
