ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଳଧା -ଖାତିମୁଣ୍ଡା ଗାଁ ମୁଖ୍ୟ ରାସ୍ତା ର ବ୍ରିଜ କାମ ର ଅସ୍ଥାୟୀ କ୍ୟାମ୍ପ ରେ ରାତ୍ରି ରେ ଶୋଇ ପଡିଥିବା ବେଲେ ସାପ କାମୁଡ଼ା ରେ କକା-ପୁତୁରା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତର ଶ୍ରମିକ ହେଲେ ତୁଳସୀ ବଗର୍ତ୍ତୀ (୪୫) ବୋଲି ଜଣାପଡିଛି । ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଲଧା-ଖାତିମୁଣ୍ଡା ମୁଖ୍ୟ ରାସ୍ତା ରେ ଏକ ବ୍ରିଜ୍? ନିର୍ମାଣ କାମ ଚାଲିଛି। ସେଠାରେ ଶ୍ରମିକ ମାନେ କ୍ୟାମ୍ପ କରି ରହୁଛନ୍ତି। ଗତକାଲି ରାତି ରେ ଶ୍ରମିକ ମାନେ ସବୁଦିନ ପରି ଗତକାଲି ସନ୍ଧ୍ୟାରେ ମଧ୍ୟ ଖାଇ ପିଇ ସାରି ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତିନିଜଣ ଙ୍କୁ କାମୁଡ଼ିଥିଲା। ଅନ୍ୟ ଶ୍ରମିକମାନେ ଏହା ଜାଣିବା ପରେ ସମସ୍ତ ଙ୍କୁ ପ୍ରଥମେ ନୂଆପଡା ଜିଲ୍ଲା ଖଡ଼ିଆଳ ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ।ପରେ ଅବସ୍ଥା ହେବାରୁ ତାଙ୍କୁ ତୁରନ୍ତ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ମାନେ ହେଲେନୂଆପଡା ଜିଲ୍ଲା ସିନାପାଲି ଥାନା ଚଚରାଭଟା ଗାଁର ଦଇତାରି ତାଣ୍ଡି ଓ ଭରତ ତାଣ୍ଡି ବୋଲି ସୂଚନା ମିଳିଛି । ଉଭୟ ସମ୍ପର୍କ ରେ କକା-ପୁତୁରା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ତୁଳସୀ ବଗର୍ତ୍ତୀ (୪୫) ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରୁ ଛତିଶଗଡ଼ ରାଜ୍ୟ ର ରାୟପୁର ବଡ଼ ଡ଼ାକ୍ତରଖାନାରେ ସ୍ଥାନନ୍ତର କରାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଶ୍ରମିକ ମାନେ ଗତ ୩-୪ ମାସ ହେବ ଏହି କ୍ୟାମ୍ପ ରେ ରହି କାମ କରୁଥିବା ବେଲେ ରାତି ରେ ଅଭାବନୀୟ ଘଟଣା ଘଟିଛି । ଏ ନେଇ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରୁଛି ।
