ବାଲିଗୁଡା: ବ୍ରାଉନ ସୁଗାର କାରବାର ର ବାଦଶାହ ତଥା ମାଷ୍ଟର ମାଇଣ୍ଡ ଗିରଫ ।ଏନଏଚ ୫୯ ମୁଖ୍ୟ ରାସ୍ତାର ଗୋଇବନ୍ଧ ବ୍ରିଜ ନିକଟରୁ ଅଭିଯୁକ୍ତ କୁ ଗିରଫ କଲା ବାଲିଗୁଡା ପୋଲିସ।ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ଙ୍କ ନେତୃତ୍ୱ ରେ ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା କ୍ଷ ଗିରଫ ମାଷ୍ଟର ମାଇଣ୍ଡ ହେଲା ବାଲିଗୁଡା କଟାରି ସାହିର ରାଧେଶ୍ୟାମ କାଜ। ଅଭିଯୁକ୍ତ ଠାରୁ ୬.୭ ଗ୍ରାମ ବ୍ରାଉନ ସୁଗାର, ୨୧ କେଜି ଗଂଜେଇ, ନଗଦ ବାର ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ।ତେବେ ଗିରଫ ମାଷ୍ଟର ମାଇଣ୍ଡ ର ଅନ୍ୟ ୭ ଜଣ ମିଡିଲ ମ୍ୟାନ କୁ ଟ୍ରାକ କରିଛି ବାଲିଗୁଡା ପୋଲିସ। ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ କୁ ମଧ୍ୟ ଗିରଫ କରାଯିବ କହିଛନ୍ତି ବାଲିଗୁଡା ଏସଡ଼ିପିଓ । ପୂର୍ବରୁ ବି ବ୍ରାଉନ ସୁଗାର ମାମଲା ରେ ଦୁଇ ଥର ଜେଲ ଯାଇ ବେଲ ରେ ଆସିବା ପରେ ମଧ୍ୟ କାରବାର ଚଲାଉଥିଲା ଗିରଫ ଅଭିଯୁକ୍ତ ।ଫୁଲବାଣୀ, ନୟାଗଡ ଓ ଖୋର୍ଦ୍ଧା ଅଂଚଳ ରୁ ବ୍ରାଉନ ସୁଗାର ଆଣି ବାଲିଗୁଡା ଅଂଚଳ ରେ ଚଳାଇଥିଲା ସାମ୍ରାଜ୍ୟ।ଅନ୍ୟ ୭ ଜଣ ସହଯୋଗୀ ସହ ନିଜେ ମଧ୍ୟ ସିଧାସଳଖ ଗ୍ରାହକ କୁ ଯୋଗାଉଥିଲା ବ୍ରାଉନ ସୁଗାର।ତେବେ ବାଲିଗୁଡା ପୋଲିସ ବ୍ରାଉନ ସୁଗାର ସାମ୍ରାଜ୍ୟ ର ମାଷ୍ଟର ମାଇଣ୍ଡ ଉପରେ ତୀକ୍ଷ୍ଣ ନଜର ରଖି ଆସିଥିବା ବେଳେ ଗଂଜେଇ ଓ ବ୍ରାଉନ ସୁଗାର ନେଇ ଯାଉଥିବା ସମୟରେ ଚଢ଼ାଉ କରି ଗିରଫ କରିଛି । ତେବେ ବ୍ରାଉନ ସୁଗାର କାରବାର ନେଇ ଘଟଣା ର ଅଧିକ ତଦନ୍ତ ଜାରୀ ରହିଥିବା ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ସୂଚନା ଦେଇଛନ୍ତି ।
