Oplus_16908288
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳର ଗାଙ୍ଗପୁର ସେକସନର ପଳାସପଲ୍ଲୀ ଗାଁ ବାହାରେ ଜୈନିକ କାଠ ମାଫିଆ ସ୍ଥାନୀୟ ଅଞ୍ଚଳରେ ଥିବା ମୂଲ୍ୟବାନ ଗଛ କାଟି ଲୁଚାଛପାରେ ବ୍ୟବସାୟ କରୁଥିଲା। ହେଲେ ଗୁରୁବାର ପୁର୍ବାହ୍ନରେ କୌଣସି ବିଶ୍ୱସ୍ତ ସୁତ୍ରରୁ ବନଖଣ୍ଡ ଅଧିକାରୀ ହିମାଶୁଂ ଶେଖର ମହାନ୍ତିଙ୍କ ପାଖରେ ଖବର ପହଞ୍ଚିଥିଲା। ଫଳରେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନଙ୍କ ନିଦ୍ଧେର୍ଶରେ ଗାଙ୍ଗପୁର ‘ଲାଠିପଡା ଓ ରଗଡା ସେକସନର କିଛି ବନପାଳ,ବନରକ୍ଷୀ ଓ ବନସ୍କ୍ୱାର୍ଡଙ୍କୁ ନେଇ ଏକ ଟିମି ଗଠନ କରି ପଳାସପଲ୍ଲୀ ଗାଁ ବାହାରେ ଥିବା ଏକ କୁଡିଆ ଘରେ ଚଢାଉ କରି ବହୁ ମୂଲ୍ୟବାନ ସାଗୁଆନ ଲଗ ଓ ସାଇଜ୍ କାଠ ଜବତ ଜବତ କରାଯାଇଥିଲା। ହେଲେ ସେତେବେଳକୁ କାଠ ମାଫିଆ ବନ ବିଭାଗର ଗତିବିଧିକୁ ଲକ୍ଷ କରି ବହୁ ପୂର୍ବରୁ ବୋଧେ ଯାଗାଛାଡି ଘଟଣ ସ୍ଥାନରୁ ଚାଲିଯାଇଥିଲା। ହେଲେ କିଏ ଏହି ମାଫିଆ ତାହା ଜାଣିବାପାଇଁ ବନ ବିଭାଗ ଅନୁସନ୍ଧାନ ଜାରି ରଖିଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି। ଜବତ ହୋଇଥିବା କାର ମୂଲ୍ୟ ପ୍ରାୟ ପାଖାପାଖି ଲକ୍ଷଧିକ ଟଙ୍କା ହେବ ବୋଲି ଅନୁମାନ କରିଛି ବନବିଭାଗ।
