ପୁରୀ: ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ଅନୁଯାଇ ତା ୧୯.୮.୨୦୨୬ ରିଖରେ ଦିବା ୧୧. ୩୦ ଘଟିକା ସମୟରେ ସଦର ବ୍ଲକ ଅଧୀନରେ ଥିବା ପଞ୍ଚାୟତ ହଲ , ବାଲିଗୁଆଳି ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନମଙ୍ଗଳକାରି ଯୋଜନା ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଉଦଘାଟନ କରିବା ସହ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିନ୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର , ନ୍ୟାୟ ସଂଯୋଗ , ୧୫୧୦୦, କର୍ମକ୍ଷତ୍ରରେ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପିଡନର ପ୍ରତିରୋଧ ଓ ପ୍ରତିକାର ଅଧିନିୟମ ସମ୍ପର୍କିତ ଏବଂ ସମ୍ମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ଏବଂ ହିତାଧିକାରି ସେ ବିଷୟରେ ଆଲୋଚନା କରିଥିଲେ ଏବଂ ସେମାନେ କିପରି ଟୋଲ ଫ୍ରୀ ନମ୍ବର ୧୫୧୦୦ ମାଧ୍ୟମରେ ନିଜର ବିଭିନ୍ନ ସମସ୍ୟାର ଉପଯୁକ୍ତ ପରାମର୍ଶ ପାଇପାରିବେ ସେ ବିଷୟରେ ଆଲୋଚନା କରିବା ସହ ନିଜ ବକ୍ତବ୍ୟରେ ସୀମାନ୍ତିକୃତ ଅସୁରକ୍ଷିତ ଆଦିବାସୀ ଏବଂ ବିମୁକ୍ତ / ଘୁମନ୍ତୁ ଜାତି ମାନଙ୍କୁ ନ୍ୟାୟ ଯୋଗାଇଦେବା ପାଇଁ ପ୍ରୟାସ, ଭରଣପୋଷଣ ଆଇନ ଏବଂ ଦାରିଦ୍ର୍ୟ ଦୂରୀକରଣର ସମ୍ପର୍କିତ ଥିବା ନାଲସା ସ୍କିମ୍ ବିଷୟରେ ଆଲୋକପାତ କରିଥିଲେ । ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରି ବ୍ଲକ ଉନ୍ନୟନ ଅଧିକାରୀ ଶ ମନୋଜ୍ କୁମାର ବେହେରା , ପୁରୀ ସଦର ବ୍ଲକ୍? ଅଧୀନରେ ଥିବା ଗ୍ରାମ ପଞ୍ଚାୟତ ସମ୍ପାଦକ ସରସ୍ୱତୀ ପ୍ରଧାନ , ପଞ୍ଚାୟତ ନିର୍ବାହୀ ଅଧିକାରୀ ରଞ୍ଜିତ ମହାନ୍ତି, ଯୋଗ ଦେବାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନମଙ୍ଗଳକାରି ଯୋଜନା ସମ୍ପର୍କିତ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇବା ସହ ଏହା କିପରି ଜନସାଧାରଣ ମାନଙ୍କୁ ସଚେତନ କରାଇବା ସେ ବିଷୟରେ ପରାମର୍ଶ ଦେଇଥିଲେ। ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
