ଶ୍ରୀନଗର: ଶୁକ୍ରବାର ଦିନ ଶ୍ରୀନଗର-ଲେହ ରାଜପଥର ଜୋଜିଲା ପାସ୍ରେ ହିମସ୍ଖଳନ ଘଟି ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫ ଜଣ ଆହତ ହୋଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପାସ୍ ଦେଇ ଯାଉଥିବା ପ୍ରାୟ ଚାରୋଟି ଯାତ୍ରୀବାହୀ ଯାନ ପ୍ରାୟ ଅପରାହ୍ନ ୨.୪୫ ସମୟରେ ହିମସ୍ଖଳନରେ ଫସି ଯାଇଥିଲା। ଯାନଗୁଡ଼ିକ ବରଫ ତଳେ ଚାପି ହୋଇଯାଇଥିଲା, ଯାହା ଫଳରେ କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗଭୀର ତୁଷାରପାତ ମଧ୍ୟ ଦେଇ ଭଗ୍ନାବଶେଷରୁ ପୀଡିତମାନଙ୍କୁ ଉଦ୍ଧାର କରିଥିଲେ। ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଯେତେବେଳେ ପାଞ୍ଚ ଜଣ ଆହତଙ୍କୁ ମଧ୍ୟ ବାହାର କରାଯାଇ ଦ୍ରାସର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇଜଣ ନିଖୋଜ ଥିବାର ଅସମର୍ôଥତ ରିପୋର୍ଟ ମିଳିଛି। ସେମାନେ ଦ୍ରାସ ପାର୍ଶ୍ୱ ପାର ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉପରାଜ୍ୟପାଳ ଲଦାଖ ବିନୟ କୁମାର ସକ୍ସେନା କହିଛନ୍ତି ଯେ ସେ କାର୍ଗିଲର ଡେପୁଟି କମିଶନର ଏବଂ ଏସ୍ଏସ୍ପିଙ୍କୁ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। “ବିପର୍ଯ୍ୟୟ ସହାୟତା ବାହିନୀ ଏବଂ ଈଜଙ ସମେତ ସମସ୍ତ ସରକାରୀ ସଂସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି,” ସେ ‘ଢ’ ରେ ଏକ ପୋଷ୍ଟରେ କହିଛନ୍ତି, ସେ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି।
