ପୁରୀ: ବୁଧବାର ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା । ଶ୍ରୀବଳଭଦ୍ର, ଦେବୀ ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ଚିତାଲାଗି କରାଯିବ । ଦଇତାପତି ସେବକଙ୍କ ଦ୍ୱାରା ଏହି ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗ ମଣ୍ଡପ ଶେଷ ପରେ ଦଇତାପତି ସେବକ ଓ ପତି ମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ମସ୍ତକରେ ହୀରା,ଲୀଳା ଓ ମାଣିକ ଚିତା ପରିଧାନ କରାଇବେ । ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା, ଶ୍ରୀବଳଭଦ୍ରଙ୍କୁ ଲୀଳା ଚିତା ଓ ମା ସୁଭଦ୍ରାଙ୍କୁ ମାଣିକ ଚିତା ଲାଗି ହେବ । ସ୍ନାନପୂର୍ଣ୍ଣିମା ପରେ ଅଣସର ଘରକୁ ବିଜେ କରିବା ପରେ ଚିତା ଓ ରାହୁରେଖା କଢା ଯାଇ ଭଣ୍ଡାର ଘରେ ରଖାଯାଇଥିଲା । ପ୍ରଥମ ଭୋଗ ମଣ୍ଡପ ଶେଷ ପରେ ଆପତତଃ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।
