ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ପୋକ୍ସୋ କୋର୍ଟ ରେ ଦୃଷ୍ଟି ହୀନତା ନାବାଳିକାକୁ ଦୁଷ୍କର୍ମ ମାମଲା ଶୁଣାଣି ହୋଇଛି । ଅତିରିକ୍ତ ଜିଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ସୁଶ୍ରୀ ସଂଘମିତ୍ରା ଦାସ ଏହି ରାୟର ଶୁଣାଣି କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରାମାଣ କୁ ଭିତ୍ତି କରି ଅଭିଯୁକ୍ତ ସେମିଳିଗୁଡା ଥାନା ଅନ୍ତର୍ଗତ କାଙ୍ଗାରା ଗ୍ରାମର ଲଇଛନ ଭୋଇ କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଆର୍ôଥକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅର୍ଥ ଅନାଦୟ ହେଲେ ଅଧିକା ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟ ରେ ଶୁଣାଣି ହୋଇଛି । ସୁଚନା ଅନୁଯାଇ ଗତ ୨୦୨୪ ମସିହାରେ ସେମିଳିଗୁଡା ଥାନା ଅନ୍ତର୍ଗତ କାଙ୍ଗାରା ଗ୍ରାମର ଳଇଛନ ଭୋଇ କୋରାପୁଟ ଥାନା ଅନ୍ତର୍ଗତ ଚେମିଆଗୁଡା ଗ୍ରାମରେ ରହୁଥିବା ଜଣକ ଘରକୁ ପୁଜା ପାଠ କରିବା ପାଇ ଯାଇଥିଲେ ଅଭିଯୁକ୍ତ ଲଇଛନ ଭୋଇ । ଜଣେ ଦୃଷ୍ଟି ହିନତା ୧୫ ବର୍ଷର ନାବାଳିକା କୁ ଖରାପ ଥିବା ଆଖିକୁ ଭଲ କରିବା ବାହାନାରେ ନାବାଳିକାକୁ ନେଇ ମଦ ପିଆଇ ଦୁଷ୍କର୍ମ କରିଥିଲା । ଏନେଇ କୋରାପୁଟ ଟାଉନ ଥାନାରେ ନାବାଳିକାକକୁ ଦୁଷ୍କର୍ମ ହୋଇଥିବା ନେଇ ଗତ ୨୪.୦୯.୨୪ ତାରିଖରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ୨୭୩/୨୪ ମାମଲା ରୁଜୁ କରିଥିଲା । ଏହି ମାମଲାର ଶୁଣାଣି ଜୟପୁର ପୋକ୍ସୋ କୋର୍ଟରେ ଆଜି ହୋଇଛି । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ ଉକ୍ତ ମାମଲାର ବିଚାର କରି ୯ ଜଣ ସାକ୍ଷିଙ୍କ ସାକ୍ଷ୍ୟ ପ୍ରାଣରୁ ଭିତ୍ତି କରି ଅଭିଯୁକ୍ତ ଥିବା ଲଇଛନ ଭୋଇକୁ ବିଭିନ୍ନ ଧାରାରେ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଆର୍ôଥକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପିତିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ମୁଳକ ରାଶି ପ୍ରଦାନ ନିମନ୍ତେ ନିଦ୍ଦେଶ ଦେଇଛନ୍ତି । ଉକ୍ତ ମାମଲାକୁ ସରକାର ଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ପି ସନ୍ୟାସି ରାଓ ପରିଚାଳନା କରିଥିଲେ ।
