ଛତ୍ରପୁର: ବର୍ବାଦ କରୁଛି ମଦ ଉଜୁଡି ଯାଉଛି ସଂସାର ଦେଶୀ ମଦ ଭାଟି ବନ୍ଦ କରିବା ନିମନ୍ତେ ତାତିଲେ ମହିଳା । ବ୍ରହ୍ମପୁର ଠାରୁ ଦିଗପହଣ୍ଡି ମୁଖ୍ୟ ରାସ୍ତାର ଡେଙ୍ଗାପଦର ଗ୍ରାମ ରେ ଥିବା ଦେଶୀ ମଦଭାଟି କୁ ଉଛେଦ କରିବାକୁ ନିମନ୍ତେ ମହିଳା ମାନେ ଆଗକୁ ଆସିଛନ୍ତ । ମଦ ଭାଟି ଯୋଗୁଁ ରାସ୍ତା ରେ ଝିଅ ବୋହୁ ମାନେ ଚାଲି ପାରୁନାହାନ୍ତି, ପିଲାମାନେ ସ୍କୁଲ କଲେଜ ଯାତାୟତ ବେଳେ ଭୟ କରୁଛନ୍ତି । ବିଭିନ୍ନ ଅଂଚଳ ରୁ ମଦ ପିଇବା ନିମନ୍ତେ ଅସମାଜିକ ବ୍ୟକ୍ତି ଆସୁଛନ୍ତି । କଥା କଥା ରେ ଆଶ୍ଳୀଳ ଭାଷା ପ୍ରୟୋଗ କରିବା ସହିତ ଝିଅ ବୋହୁ ମାନଂକୁ କମେଣ୍ଟ ମାରୁଛନ୍ତି । ଯାହାଫଳ ରେ ଘରୁ ମହିଳା ମାନେ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି । ଏହାକୁ ଆମେ ଆଉ ସହ୍ୟ କରି ପାରିବୁ ନାହିଁ। ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ମହିଳା ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପଂଚାୟତ ରେ ଏନେଇ ଆଜି ଡ଼େଙ୍ଗାପଦର ଗ୍ରାମର ଶତାଧିକ ମହିଳା ମାନେ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । ଛତ୍ରପୁର କୁ ଆସି ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ମଦ ପିଇ ଗାଁର ଯୁବକ, ଖଟିଖିଆ ପଥଭ୍ରଷ୍ଟ ହେବା ସହ ଘରେ ଘରେ ଅଶାନ୍ତିର ବାତାବାରଣ ସୃଷ୍ଟି ହେଉଛି । ତେଣୁ ମଦ ଭାଟି କୁ ହଟାଇବାକୁ ସେମାନେ ଦାବୀ କରିଛନ୍ତି । ଏକ ସପ୍ତାହ ମଧ୍ୟ ରେ ମଦ ଭାଟି ବନ୍ଦ କରାନଗଲେ ଆଇନ କୁ ହାତ ନେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ମଦ ଭାଟି ସରକାରୀ ନିୟମ ଅନୁଯାୟୀ ହୋଇନାହିଁ । ଏହା ପ୍ରକୃତ ରେ କୁକୁଡାଖଣ୍ଡି ଗ୍ରାମ ମୌଜା ରେ ହେବା କଥା । କିନ୍ତୁ ଉକ୍ତ ଗ୍ରାମ ମୌଜା ରେ ନ କରି ସେମାନେ ଡେଙ୍ଗାପଦର ମୌଜା ରେ ଜୋର ଜବରଦସ୍ତ କରିଛନ୍ତି ବୋଲି ମଧ୍ୟ ମହିଳା ମାନେ ଅଭିଯୋଗ କରିଛନ୍ତି ।ଦେଶିମଦ ଭାଟି ବନ୍ଧ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା
