ବାଲିଗୁଡା: କୁଇକୁଳ ସମିତି ବାଲିଗୁଡା ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ବାଲିଗୁଡା କୁଇକୁଳ ସମିତି ର ସଭାପତି ତଥା ଆଦିବାସୀ ନେତା କ୍ଳେଶ ପ୍ରଧାନ ଙ୍କ ଆବାହନ କ୍ରମେ ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ଗୋଣ୍ଡ ସମାଜ ଓ କୁଇ ସମାଜ ମିଳିତ ଭାବେ ବିଶ୍ୱ ଆଦିବାସୀ ଦିବସ ପାଳନ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ନେତା ତଥା ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନୀତ ଅତିଥି ଭାବେ ଆଦିବାସୀ ଗୋଣ୍ଡ ସମାଜ ର ଜିଲ୍ଳା ସଭାପତି ବିଷ୍ଣୁ ଚରଣ ପ୍ରଧାନ ଙ୍କ ସମେତ ବାଲିଗୁଡା, ତୁମୁଡ଼ିବନ୍ଧ, କୋଟଗଡ, କ ନୂଆଗାଁ ବ୍ଳକ ର ସମସ୍ତ ସଭାପତି, ସଂପାଦକ ଙ୍କ ସମେତ ସମସ୍ତ ବ୍ଳକ ର ଆଦିବାସୀ ଭାଇ ଓ ଭଉଣୀ ଯୋଗଦେଇ ଥିଲେ ।ଏହି ଅବସରରେ କୁଇକୁଳ ସମିତି ଶାଖା କାର୍ଯ୍ୟାଳୟ ରୁ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇ ଚାଙ୍ଗୁ ବାଦ୍ୟ ଓ ନୃତ୍ୟ ତାଳେ ତାଳେ ବାଲିଗୁଡା ସହର ପରିକ୍ରମା କରି ବିରାଟ ପଟୁଆର ରେ ସଭାଗୃହ ରେ ପହଞ୍ଚିଥିଲେ ।ପରେ ସ୍ଥାନୀୟ ସଭାଗୃହ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଆଦିବାସୀଙ୍କ ଜଳ, ଜମି,ଜଙ୍ଗଲ ଅଧିକାର ସହିତ ଆଦିବାସୀ ଙ୍କ ଶିକ୍ଷା ଓ ଅଧିକାର ସମ୍ୱନ୍ଧରେ ଆଲୋଚନା ହୋଇଥିଲା ।ଅଣ ଆଦିବାସୀ ଙ୍କ କୌଣସି ପ୍ରୋରଚନା ରେ ନ ପଡି ଆଦିବାସୀ ମାନେ ସଂଗଠିତ ହୋଇ ନିଜ ଭାଷା, ସଂସ୍କୃତି, ପରମ୍ପରା, ସାମାଜିକ ପ୍ରଥା କୁ ଉଜ୍ଜୀବିତ କରିବା ନିମନ୍ତେ ଆମନ୍ତ୍ରିତ ଅତିଥିଗଣ ନିଜ ବକ୍ତବ୍ୟ ରେ କହିଥିଲେ ।ବାଲିଗୁଡା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା ।
