ଫୁଲବାଣୀ: କନ୍ଧମାଳ ପୋଲିସ୍ କୁ ମିଳିଛି ବଡ ସଫଳତା । ଗୋଛାପଡ଼ା ଥାନା ପୋଲିସ୍ ଗୋଟିଏ ଅବୈଧ ପ୍ରେମ ସମ୍ପର୍କ ସଡଯନ୍ତ୍ର ହତ୍ୟା ଘଟଣା ର ପର୍ଦ୍ଦାଫାସ କରି ଦୁଇ ଜଣ ହତ୍ୟା କାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସଫଳତା ହାସଲ କରିଛି। ମୃତ ଉପେନ୍ଦ୍ର କହଁର ଙ୍କ ପୁଅ ସାର୍ଥକ ୨୦ ଓରଫ ରାୟଦେବ କହଁର ଙ୍କ ହତ୍ୟାକାଣ୍ଡ ରହସ୍ୟ ର ସଫଳତା ର ପର୍ଦ୍ଦାଫାସ କରିଛି। ସୂଚନାଯୋଗ୍ୟ ଗୋଛାପଡ଼ା ଥାନା ଅନ୍ତର୍ଗତ ସାଲ ଗୁଡ଼ାରୀ ଗ୍ରାମର ଗାଡି ମାଲିକ ବିଶ୍ୱଜିତ୍ ବିଦ୍ୟାଧର ମଲ୍ଲିକ ତାଙ୍କ ଡ୍ରାଇଭର ସାର୍ଥକ ଓରଫ ରାୟଦେବ କହଁର ୩୦/୭/୨୦୨୬ ରିଖ ରାତିରେ ସାଙ୍ଗ ସାଥି ମାନଙ୍କ ସହ ମଦ୍ୟପାନ କରିବା କହି ଘରୁ ଯାଇଥିଲା ସେହି ଦିନ ଠାରୁ ମୋ ଡ୍ରାଇଭର ସାର୍ଥକ ର ପତା ନାହିଁ। ସେ ନିଖୋଜ ହୋଇଯାଇଛି ବୋଲି ତା ୩/୮/୨୦୨୬ ରିଖ ରେ ଗୋଛାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଥିଲା। ତା ୫/୮/୨୬ ରିଖ ଦିନ ନମେରୁବାଲି ନଦୀ ପୋଲ ନିକଟରୁ ସେହି ନିଖୋଜ ଯୁବକ ର ଗଳିତ ଶବ ମୃତ ପୋଲିସ୍ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଗୋଛାପଡା ଥାନା ଏସ୍ ଆଇ ଅଜୟ ବଳବନ୍ତ ରାୟ ଶବ ଜବତ କରି ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଥିଲେ। ନଦୀ ଶଯ୍ୟା ରୁ ଶବ ଉଦ୍ଧାର ବେଳେ ପ୍ରାଥମିକ ଦୃଷ୍ଟି ରେ ଏହା ଏକ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି ବୋଲି ମନେ ହେଉଥିଲା। ମୃତ ଯୁବକ ର ନଦୀ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି ନା ଆଉ କିଏ ହତ୍ୟା କରି ଏଠାରେ ଫିଙ୍ଗି ଦେଇଛନ୍ତି ସନ୍ଦେହ କରି ପୋଲିସ ତଦନ୍ତ ଅଧିକାରୀ ଭାବେ ଏସ୍ ଆଇ ଅଜୟ କୁମାର ବଳବନ୍ତ ରାୟ ସେହି ଦିନ ଠାରୁ ତଦନ୍ତ ଜାରି ରଖିଥିଲେ। ମୃତ ଯୁବକର ମୋବାଇଲ୍ ଫୋନ୍ ଜବତ କରି ଶେଷ ସମୟ ରେ ସେହି ମୃତ ଯୁବକ ପାଖକୁ କେଉଁ ମାନଙ୍କର ଫୋନ୍ କଲ୍ ଆସିଥିଲା ତଦନ୍ତ କରିଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ବେଳେ ଯାନ୍ତ୍ରିକ ମୋବାଇଲ୍ ଫୋନ୍ ପ୍ରମାଣ ଓ ହତ୍ୟା କାରି ଙ୍କର ହତ୍ୟା କରିଥିବା ଦୋଷ ସ୍ୱୀକାର କରିବା ପ୍ରମାଣ ଆଧାର ରୁ ଏହା ଏକ ବଡ ସଡଯନ୍ତ୍ର ହତ୍ୟା ବୋଲି ପୋଲିସ୍ କୁ ସନ୍ଧାନ ମିଳିଥିଲା । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ୍ ଦୁଇ ଜଣ ଦୁଇ ସଢୁ ହେଲେ ଗୋଛାପଡ଼ା ଥାନା ,ଖଜୁରୀ ଗାଁ ର ଡାଙ୍ଗେରା କହଁର ର ପୁଅ ବିଜୁ କହଁର (୩୧) ଓ ଟାକେରୀ ଗୁଡ଼ା ଗ୍ରାମର ସିନାତା କହଁର ଙ୍କ ପୁଅ ବ୍ରିଟିଶ୍ କହଁର କୁ ଗୋଛାପଡ଼ା ଥାନା ପୋଲିସ ଗିରଫ କରି ଥାନା କେସ୍ ନଂ ୧୨୧/ ୮/୮/୨୬ ଧାରା ୧୦୩ (୧)/୩(୫) ଭାରତୀୟ ନ୍ୟାୟ ସଂହିତା ରୁଜୁ କରି ହତ୍ୟା ଘଟଣା ରେ କୋର୍ଟ ଚାଲାଣ କରିଛି । ଏହି ଦୁଇ ଜଣ ହତ୍ୟାକାରୀ ଙ୍କୁ ପୋଲିସ୍ ଗିରଫ କରି ପଚରା ଉଚରା କରିବାରୁ । ସେମାନେ ସେହି ଯୁବକ କୁ ଏକ ଅବୈଧ ପ୍ରେମ କୁ ନେଇ ପୂର୍ବ ଶତ୍ରୁତାରୁ ମଦ ପିଇବା କୁ ଡାକି ହତ୍ୟା କରି ସେହି ନମେରୁବାଲି ନଦୀ ପୋଲ ତଳେ ପକାଇ ଦେଇ ଥିବା ପୋଲିସ୍ ନିକଟରେ ଦୋଷ ସ୍ୱୀକାର କରିଥିଲେ। ମୃତ ଯୁବକ ଅଭିଯୁକ୍ତ ବ୍ରିଟିଶ୍ କହଁର ଙ୍କର ପତ୍ନୀ ରୀନା କହଁର ସହିତ ଅବୈଧ ପ୍ରେମ ସମ୍ପର୍କ ଥିଲା । ରୀନା ହେଉଛି ବିଜୁ କହଁର ର ଶାଳୀ । ଅଭିଯୁକ୍ତ ବ୍ରିଟିଶ୍ କହଁର ଓ ବିଜୁ କହଁର ଦୁଇ ଜଣ ଦୁଇ ସଢୁ। ମୃତ ଯୁବକ ସାର୍ଥକ, ଜ୍ୱାଇଁ ବିଜୁ କୁ ରିନାର ଏକ ଫୋଟ ଦେଖାଇ ଥିଲା। ଏହି ଫୋଟ କୁ ଦେଖି ବିଜୁ ମନରେ କ୍ରୋଧ ଜାତ ହୋଇଥିଲା। ସାର୍ଥକ କୁ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା। ବିଜୁ ଏବଂ ତାର ଜଣେ ଘନିଷ୍ଟ ବନ୍ଧୁ ସହ ଏକ ଘଟଣା କୁ ନେଇ ୧୨୮/୨୦୨୩ ରେ ଗୋଛାପଡ଼ା ଥାନାରେ ଏକ ମାମଲା ରହିଥିଲା। ଏହି ଘଟଣା ର ମୁଖ୍ୟ ଦୋଷୀ ସାର୍ଥକ ବୋଲି ଭାବି ବିଜୁ ମନରେ ଅସନ୍ତୋଷ ଥିଲା। ପ୍ରତିଶୋଧ ନେବା ପାଇଁ ସମୟ କୁ ଅପେକ୍ଷା କରିଥିଲା। ୩୦/୭/୨୬ ସନ୍ଧ୍ୟାରେ ବିଜୁ ଏବଂ ବ୍ରିଟିଶ୍ ଦୁଇ ସଢୁ ମଦ ପିଇବା ଏବଂ ଜଣେ ମହିଳାଙ୍କୁ ଭେଟିବା ବାହାନାରେ ମୃତକ ସାର୍ଥକ ଙ୍କୁ ନମେରୁବାଲି ନଦୀ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ। ସେଠାରେ ୩ ଜଣ ମଦ ପିଇବା ସମୟରେ ମୃତକ ସାର୍ଥକ ପୁନଃର୍ବାର ସେହି ଫୋଟ ବିଷୟରେ କହିବାରୁ ବିଜୁ ଓ ସାର୍ଥକ ମଧ୍ୟରେ ବଚସା ହୋଇଥିଲା । ନିଜପତ୍ନୀ ସହ ସାର୍ଥକ ର ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ରିନାର ସ୍ୱାମୀ ବ୍ରିଟିଶ୍ କହଁର ଓ ବିଜୁ କହଁର ଦୁଇ ସଢୁ ମିଳିତ ଭାବେ ଠେଙ୍ଗା ଦ୍ୱାରା ସାର୍ଥକ ର ମୁଣ୍ଡରେ ବହୁତ୍ ଜୋର୍ ବାଡେଇ ଥିଲେ ଯାହା ଫଳରେ ନଦୀ ପଥର ଉପରେ ରକ୍ତ ଜୁଡୁବୁଡୁ ହୋଇ ସାର୍ଥକ ପଡିଯାଇ ଥିଲା। ନଦୀ ସ୍ରୋତ ରେ ପଡିଯାଇ ଥିଲା। ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ସେଠାରେ ସାର୍ଥକ ର ମୃତ୍ୟୁ ଘଟିଥିଲା। ଏହା ପରେ ଅଭିଯୁକ୍ତ ଦୁଇ ସଢୁ ବ୍ରିଟିଶ୍ କହଁର ଓ ବିଜୁ କହଁର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।କନ୍ଧମାଳ ଏସ୍ ପି ଙ୍କ ଜିଲ୍ଲା କାର୍ଯ୍ୟାଳୟ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍ ପି କନ୍ଧମାଳ ରାମେନ୍ଦ୍ର ପ୍ରସାଦ। ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ ପି ରାମେନ୍ଦ୍ର ପ୍ରସାଦ ସହ ସଦର ଏସ୍ ଡି ପି ଓ ଶୁଭ୍ରଜିତ୍ ବିଶ୍ୱାଳ, ଗୋଛାପଡା ଥାନା ଅଧିକାରୀ ଶୁଭ୍ରଜିତ୍ ସାମନ୍ତରାୟ ଉପସ୍ଥିତ ଥିଲେ।
