ଭଂଜନଗର: ଗୁହାଳ କାନ୍ଥ ଭୁଷୁଡ଼ି ୧୧ ଛେଳି ମୃତ୍ୟୁ । ଭଂଜନଗର ଥାନା ଅନ୍ତର୍ଗତ କୁଲାଡ ଗୋଲାସାହି ନିକଟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ, ଗୋଲାସାହି ରେ ରହିଥିବା ସୁକୁଟା ପାତ୍ରଙ୍କ ଗୁହାଳରେ ତାଙ୍କର ସମସ୍ତ ଛେଳି ରହିଥିଲେ । ଲଗାଣ ବର୍ଷା ଯୋଗୁଁ ଗୁରୁବାର ବିଳମ୍ବିତ ରାତିରେ, ଗୁହାଳରେ କାନ୍ଥ ଭୁଷୁଡ଼ି ପଡ଼ିଥିଲା । ଫଳରେ ବହୁ ସଂଖ୍ୟକ ଛେଳି, ଚାପି ହୋଇ ରହିଯାଇଥିଲେ । ସକାଳୁ ଦେଖିବା ପରେ, ୧୧ ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ତେବେ ଛେଳି ମାଲିକ ସୁକୁଟାଙ୍କ ସମସ୍ତ ଛେଳି,ତାଙ୍କ ପାଇଁ ପ୍ରତିପୋଷଣର ଏକମାତ୍ର ମାଧ୍ୟମ ଥିଲା । ଏହି ଘଟଣା ପରେ, ସରକାରୀ ସହାୟତା ଯୋଗାଇ ଦେବାକୁ, ସେ ନିବେଦନ କରିଛନ୍ତି ।
