କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧୀନସ୍ଥ ମ.ରାମପୁର ରେଞ୍ଜରେ କାଠ ଚୋରା ଚାଲାଣ ବେଳେ କାଠ ସହ ଗାଡି ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ମୁତାବକ ମ.ରାମପୁର ରେଞ୍ଜର ଅଇଁଲାପାଲି ଚାରିଛକଠାରୁ କାଠ ଚୋରାଚାଲାଣ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ବନ ବିଭାଗ ଖବର ପାଇ ଚଢାଉ କରି ଏକ ମାରୁତି ସୁଜୁକି ଗାଡି( ନଂ ଓଡି ୩୧୫୩୬୪) ରେ ୪୧ ଖଣ୍ଡ ଶାଗୁଆନ କାଠ ଚୋରା ଚାଳାଣ ହେଉଥିବାବେଳେ ଧରାପଡିଛି। ଏହି ଚାଲାଣରେ ସଂପୃକ୍ତ କେସିଙ୍ଗା ଥାନା ମୁସ୍କୁଟି ଗ୍ରାମର ଉମାକାନ୍ତ ସାହୁ ( ୨୯ )ଙ୍କୁ କେସ ନଂ ଓଆର୍ ୧୨୭ ଏମ ଆର୍ ୨୬/୨୭ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଅତିରିକ୍ତ ବନ ସଂରକ୍ଷକ ଅସିତ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉରେ ମ.ରାମପୁର ବନପାଲ ଦୀପକ ସା, ବନରକ୍ଷ ସସ୍ମିତା ନାଏ ନାଏକ ପ୍ରମୁଖ ସାମିଲ ଥିଲେ। ଏଠାରେ ସୂଚନା ଥାଉ କି ଗତ ବର୍ଷ ମଧ୍ୟ ଅଇଁଲାପାଲି ଛକଠାରୁ ଏକ ବଡ ଧରଣର କାଠ ଚୋରାଚାଲାଣକୁ ବନ ବିଭାଗ ଧରିଥିବାବେଳେ ପୁଣି ଥରେ ସଂପୃକ୍ତ ଇଲାକାରୁ କାଠଚୋରା ଚାଲାଣ ଧରିବାରେ ସଫଳ ହୋଇଛି।
