ବାରିପଦା; ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁଇଟି ପୃଥକ ଅର୍ଥ ହଡପ ମାମଲାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ବହଳଦା ଶାଖାରୁ ୬୪.୪୨ ଲକ୍ଷ ଟଙ୍କାର ଆର୍ôଥକ ଠକେଇ ମାମଲାରେ ପୂର୍ବତନ ଶାଖା ପରିଚାଳକ ଦିଚେନ କୁମାର ମିଶ୍ର ଏବଂ ପୂର୍ବତନ କର୍ମଚାରୀ ମଳୟ କୁମାର ଦତ୍ତଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ୨୦୧୯ରୁ ୨୦୨୪ ମଧ୍ୟରେ ୨୪ଟି ପ୍ରକୃତ ଫିକ୍ସ ଡିପୋଜିଟ ବିରୋଧରେ ଗ୍ରାହକଙ୍କ ଅଜାଣତରେ ଜାଲ ଋଣ ଖାତା ଖୋଲି ସରକାରୀ ଅର୍ଥ ହଡ଼ପ କରାଯାଇଥିଲା । ଉଭୟ ମାମଲାରେ ଅଭିଯୁକ୍ତ ମାନଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିବା ବେଳେ ଘଟଣାର ତଦନ୍ତ ଅଧିକ ଜାରି ରହିଥିବାର ଜଣାଯାଇଛି ।
