ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଶାଖାରେ ଆଜି ୧୦ କୋଟି ବ୍ୟସନମୁକ୍ତ ଭାରତ ସଂକଳ୍ପ ମହା-ଅଭିଯାନର ଭବ୍ୟ ଶୁଭାରମ୍ଭ ହୋଇଛି। ଅଭିଯାନ ଭାରତ ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ ଏବଂ ମିଶନ ସ୍ପନ୍ଦନ ଅନ୍ତର୍ଗତ ଦେଶବ୍ୟାପୀ ଭାବେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା, ବିଡିଓ ଶ୍ରୀ ଡେନିଶ କୁମାର ବେହେରା, ଏସଡିପିଓ ଶ୍ରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଏବଂ ପୂର୍ବତନ ବଡ଼ବିଲ ପୌରାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ଯୋଗଦେଇ ବ୍ୟସନମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ବଡ଼ବିଲ ଶାଖାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଜୟନ୍ତୀ ଭଉଣୀ ଆଧ୍ୟାତ୍ମିକ ଜାଗୃତି ମାଧ୍ୟମରେ ନିଶାମୁକ୍ତ ଜୀବନର ବାର୍ତ୍ତା ଦେଇଥିଲେ। ଶେଷରେ ସମସ୍ତ ଅତିଥି ଓ ଉପସ୍ଥିତ ନାଗରିକ ବ୍ୟସନମୁକ୍ତିର ସାମୂହିକ ସଂକଳ୍ପ ନେଇ ଏକ ସୁସ୍ଥ ଓ ନିଶାମୁକ୍ତ ଭାରତ ଗଠନର ପ୍ରତିଜ୍ଞା ନେଇଥିଲେ।
