ଫୁଲବାଣୀ: ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ମୋଟର ଗ୍ୟରେଜରୁ ମରାମତି ନିମନ୍ତେ ରଖା ଯାଇଥିବା କାର୍ ଚୋରି ହୋଇଥିଲା । ସଦର ଥାନା ପୋଲିସ୍ କାର୍ ଚୋରୀ କରିଥିବା ଜଣେ ଅଭିଯୁକ୍ତ କୁ ଗିରଫ କରିବା ସହ କାର୍ ଉଦ୍ଧାର କରିଥିବା ଜଣାପଡିଛି ସୂଚନାଯୋଗ୍ୟ ରୁଜାଙ୍ଗି ମୋଟର ଗ୍ୟାରେଜ ମାଲିକ ସମରେନ୍ଦ୍ର ସାମଲ, ରୁଜାଙ୍ଗି ସ୍ଥିତ ତାଙ୍କ ଗ୍ୟାରେଜରୁ ମରାମତି ନିମନ୍ତେ ଆସିଥିବା ଏକ ମୁକ୍ତା ନୀଳ ରଙ୍ଗର ମାରୁତି ସୁଜୁକି ୮୦୦ କାର୍ ମରାମତି କାମ ଶେଷ ହୋଇଥିଲା ଏବଂ ମାଲିକ ଙ୍କୁ ହସ୍ତାନ୍ତର କରିବା ନିମନ୍ତେ ଗ୍ୟାରେଜ ରେ ରଖା ହୋଇଥିଲା । ସେହି କାର୍ ଟି ଚୋରି ହୋଇଥିବା ବିଷୟରେ ତା ୫/୩/୨୦୨୬ ରିଖ ରେ ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ଥାନା ପୋଲିସ୍ ଅଭିଯୋଗ କୁ ଭିତ୍ତି କରି ଏକ ଚୋରୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ପୋଲିସ ଖଜୁରୀପଡ଼ା ଥାନା ଅନ୍ତର୍ଗତ ତୀୟାକଲି ଗ୍ରାମର ସୁଦାମ ପ୍ରଧାନ ଙ୍କର ପୁଅ ମାନସ ପ୍ରଧାନ ୨୦ ନାମକ ଜଣେ ବ୍ୟକ୍ତିଙ୍କୁ ସଦର ଥାନା କେସ୍ ନଂ ୫୩/୨୬ ଦଫା ୩୦୨(୨) ଭାରତୀୟ ନ୍ୟାୟ ସଂହିତା ଏକ ମାମଲା ରୁଜୁ କରି ଗିରଫ କରିଛି ଏବଂ ଚୋରି ହୋଇଥିବା କାରଟି ମଧ୍ୟ ଅଭିଯୁକ୍ତ ଠାରୁ ଉଦ୍ଧାର କରିଛି। ଅଭିଯକ୍ତ ମାନସ ପୂର୍ବରୁ ଖଜୁରୀପଡ଼ା ଥାନା ରେ ୫ ଟି କେସ୍ ରେ ଜଡିତ ଥିଲା। ସେହିପରି ସେହି ୫ ଟି କେସ୍ ଗୁଡିକ ହେଉଛି ଖଜୁରିପଡ଼ା ଥାନା କେସ୍ ନମ୍ବର- ୮୧ /୨୦୨୨ ଧାରା ୪୫୭/୩୮୦/୩୪ ଓଚଉ ୨. ଖଜୁରିପଡ଼ା ଥାନା କେସ୍ ନମ୍ବର- ୨୫/ ୧୭.୦୧.୨୦୨୨ ଧାରା ୩୭୯ ଓଚଉ.. ଖଜୁରିପଡ଼ା ଥାନା କେସ୍ ନମ୍ବର- ୦୫ ତାରିଖ ୩୦.୦୧.୨୦୨୩ ଧାରା ୪୫୭/୩୮୦ ଓଚଉ ୪. ଖଜୁରିପଡ଼ା ପିଏସ୍ କେସ୍ ନମ୍ବର- ୦୬ ତାରିଖ ୩୦.୦୭.୨୦୨୩ ଧାରା ୩୮୦ ଓଚଉ ୫. ଖଜୁରିପଡ଼ା ପିଏସ୍ କେସ୍ ନମ୍ବର- ୧୧୭ ତାରିଖ ୧୧୭.୦୭.୨୦୨୪ ଧାରା ୩୩୧(୪)/୩୦୫(ଡି) ଭାରତୀୟ ନ୍ୟାୟ ସଂହିତା ଏହି ୫ ମାମଲା ଅଭିଯୁକ୍ତ ଜଡ଼ିତ ଥିବା ସଦର ଥାନା ଅଧିକାର ପ୍ରଦୀପ କୁମାର ଜେନା ଗଣମାଧ୍ୟମ କୁ ଦେଇଥିବା ସୂଚନା ରୁ ଜଣାପଡ଼ିଛି।
