ପୁରୀ: ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ୍ ର ଏକ ଗୁରୁତ୍ୱପୂର୍ଣ୍ଣ କୋର୍ ବଡି ବୈଠକ ସ୍ୱର୍ଗଦ୍ୱାର ସ୍ଥିତ ଅତିଥି ହୋଟେଲ ସଭାଗୃହରେ ରବିବାର ଅନୁଷ୍ଠିତ ସୋଇଯାଇଛି । ଅନୁଷ୍ଠାନ ର ସଭାପତି ସନ୍ତୋଷ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ଆଗାମୀ ଦିନରେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରର ଫିଟନେସ୍ ଏବଂ ବଡିବିଲ୍ଡିଂ ଇଭେଣ୍ଟଗୁଡ଼ିକର ରୂପରେଖ ଓ ପ୍ରସ୍ତୁତି ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଆସୋସିଏସନର ସାଧାରଣ ସମ୍ପାଦକ ଦ୍ୱିତୀକୃଷ୍ଣ ବେହେରା, ବରିଷ୍ଠ ଉପସଭାପତି ଅନିଲ ଗୋଚ୍ଛିକାର ଏବଂ କୋଷାଧ୍ୟକ୍ଷ ଭବାନୀ ଶଙ୍କର ସାହୁଙ୍କ ସମେତ ସମସ୍ତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଆଗାମୀ ଇଭେଣ୍ଟର ଆୟୋଜନ ପାଇଁ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ଫିଟନେସ୍ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ନୂତନ ପ୍ରତିଭାମାନଙ୍କୁ ଏକ ବଡ଼ ମଞ୍ଚ ପ୍ରଦାନ କରିବା ପାଇଁ ଆଗାମୀ ମାସଗୁଡ଼ିକରେ ବୃହତ୍ ଫିଟନେସ୍ ଚାମ୍ପିୟନସିପ୍ ଆୟୋଜନ କରାଯିବ।ଆଥଲେଟ୍?ମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟର ବଡିବିଲ୍ଡର ଓ ଫିଟନେସ୍ ଆଥଲେଟ୍?ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ତାଲିମ ଓ ସୁବିଧା ଯୋଗାଇଦେବା ପ୍ରସ୍ତାବ ଗୃହୀତ ହୋଇଛି। ଜିମ୍ ମାଲିକ ଓ ଟ୍ରେନରଙ୍କ କଲ୍ୟାଣ ପାଇଁ ରାଜ୍ୟର ସମସ୍ତ ଜିମ୍?ର ପରିଚାଳନା, ସୁରକ୍ଷା ନିୟମାବଳୀ ଏବଂ ଟ୍ରେନରମାନଙ୍କ ବ୍ୟବସାୟିକ ଉନ୍ନତି ପାଇଁ ଆସୋସିଏସନ୍ ସଦାସର୍ବଦା କାର୍ଯ୍ୟ କରିବ। ଓଡ଼ିଶାରେ ଫିଟନେସ୍ କ୍ରେଜ୍ ଦିନକୁ ଦିନ ବୃଦ୍ଧି ପାଉଛି। ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବପ୍ରତିଭାମାନଙ୍କୁ ଆଗକୁ ଆଣି ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିବା ପାଇଁ ସଭାପତି ଶ୍ରୀ ମହାନ୍ତି କହିଥିଲେ । ଆଗାମୀ ଇଭେଣ୍ଟଗୁଡ଼ିକୁ ଅତି ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଆମର ପୂରା ଟିମ୍ ପ୍ରସ୍ତୁତ। ଖୁବ୍?ଶୀଘ୍ର ଇଭେଣ୍ଟର ତାରିଖ ଓ ସ୍ଥାନ ଘୋଷଣା କରାଯିବ ବୋଲି ସାଧାରଣ ସମ୍ପାଦକ ଦ୍ୱିତୀକୃଷ୍ଣ ବେହେରା ମତବ୍ୟକ୍ତ କରିଥିଲେ । ବରିଷ୍ଠ ଉପସଭାପତି ଅନିଲ ଗୋଚ୍ଛିକାର କହିଲେ ଖେଳାଳିମାନଙ୍କର ସଠିକ୍ ଗାଇଡାନ୍ସ ଓ ମାନସିକ ପ୍ରସ୍ତୁତି ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ। ଆଗାମୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ଆବଶ୍ୟକୀୟ ବଜେଟ୍ ଓ ଆର୍ôଥକ ଯୋଜନା ଚୂଡ଼ାନ୍ତ କରାଯାଇଛି ବୋଲି କୋଷାଧ୍ୟକ୍ଷ ଭବାନୀ ଶଙ୍କର ସାହୁ ମତବ୍ୟକ୍ତ କରିଥିଲେ। ବୈଠକରେ ଆସୋସିଏସନର ଅନ୍ୟାନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ରହି ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଥିଲେ।
