ବଡ଼ଚଣା: ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କର ଅବସ୍ଥା ଗୁରୁତ୍ୱର ହୋଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଖବର ମିଳିଛି।ଘଟଣା ରୁ ପ୍ରକାଶ ଚଣ୍ଡିତଳ ପାଞ୍ଚୟତ କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ମଲ୍ଲିକ (୨୮),ସମିଆ ପଂଚାୟତ ବନ୍ଧୁ ପରିଜନଙ୍କ କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ସଂଜ୍ଞା ହୀନ ହୋଇ ପଡ଼ିଥିଲେ।ତାଙ୍କୁ ସ୍ଥାନୀୟ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବନ୍ଦାଳ ପାଞ୍ଚୟତ ର ଜଣେ ଯୁବକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟି ମୃତ ହୋଇଥିବା ଖବର ମିଳିଛି। ବର୍ତ୍ତମାନ ଅଭିମନ୍ୟୁ ମଲ୍ଲିକ ଓ ଲିପୁନା ମଲ୍ଲିକ ଗୁରୁତ୍ୱର ସହ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଖବର ମିଳିଛି।ଖବର ପାଇ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମୃତକ ଙ୍କ ପରିବାରଙ୍କୁ ସ୍ୱାନ୍ତନା ଦେବା ସହ ଶୋକ ବ୍ୟକ୍ତ କରିଥିଲେ।
