କୋଦଳା : ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟି ହୋଇଗଲା ସ୍କୁଟି। ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ଯ ୨ ଜଣ ଆହତ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଉଛନ୍ତି କୋଦଳା ଥାନା ଚାକୁଣ୍ଡା ଝୋଳା ଗ୍ରାମର ୨୫ ବର୍ଷୀୟ କାଳୁ ଜାନି। ଆହତ ମାନେ ହେଲେ ସେହି ଗ୍ରାମର ୫୭ ବର୍ଷୀୟ
ସୁରେନ୍ଦ୍ର ଜାନି ଓ ୨୫ ବର୍ଷୀୟ ନବଘନ ଜାନି। ଏହି ୩ ଜଣ ବୁଢ଼ାମ୍ବ ଠାରୁ କୋଦଳା ଅଭିମୁଖେ ଆସୁଥିବା ବେଳେ ସାତନଳ ନିକଟସ୍ଥ ଆସିକା ଭୁବନେଶ୍ୱର ରାଜ୍ଯ ରାଜପଥରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର କାଳୁ ଜାନିକୁଂ ମୃତ ଘୋଷଣା କରିଛନ୍ତି। କୋଦଳା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚାକୁଣ୍ଡା ଝୋଲା ଗ୍ରାମରେ ଏନେଇ ଶୋକର ଛାୟା ଖେଳିଯାଇଛି।ପୋଲିସ ଶବ ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ କରୁଥିବା ବେଳେ ମୃତ ପରିବାର ଅତି ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ନିମନ୍ତେ ଦାବି ହୋଇଛି।
