ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ପୁର ଥାନା ନଳିପୁର ପଂଚାୟତ ବାଉଜଙ୍ଗ ଗ୍ରାମର ଜଣେ ଯୁବକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି. ଘଟଣାରୁ ପ୍ରକା ଶ ଯେ ବାଉଜଙ୍ଗ ଗ୍ରାମର ସ୍ୱର୍ଗତ ସେକ ହାଫିଜୁଦିନ ଙ୍କ ପୁଅ ସେକ ଶାହାଜୁଦିନ(୩୮) ଗତ କାଲି ରାତିରେ ନିଜ ଘରେ ଶୋଇଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା,ପରିବାର ଲୋକେ ତାଙ୍କୁ ତୁରନ୍ତ ମାହାଙ୍ଗା ମେଡିକାଲ ଏବଂ ପରେ କଟକ ବଡ ମେଡିକାଲ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ମୃତ୍ୟୁ ଖବର ଗାଁରେ ପହଞ୍ଚବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା.ମୃତ ଶାହାଜୁଦିନଙ୍କର ସ୍ତ୍ରୀ ଓ଼ ଦୁଇଟି ଛୋଟ ପୁଅ ଅଛନ୍ତି. ସ୍ଥାନୀୟ ଆର ଆଇ ତାଙ୍କ ଘରକୁ ଆସି ଇନକ୍ୱାରି କରି ଯାଇଛନ୍ତି.ସେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ, ସରକାରୀ ସହଯୋଗ ଯୋଗାଇଦେବା ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି. ଆସନ୍ତା କାଲି ମୁସଲିମ ରୀତିନୀତି ଅନୁଯାଇ ତାଙ୍କୁ କବର ଦିଆଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ.
