ପୁରୀ: ପୁରୀ ଜିଲ୍ଲାର ଗୋପ ବଜାରରେ ଏହି ବୋମାମାଡ଼ ଘଟଣା ଘଟିଛି । ସୂଚନା ଅନୁଯାୟୀ, ରାତିରେ କିଛି ଦୁର୍ବୃତ୍ତ ଦୁଇଟି ସଂଖ୍ୟାଲଘୁ ପରିବାରର ଘର ଉପରକୁ ବୋମା ଫିଙ୍ଗିଥିଲେ । ବୋମା ବିସ୍ଫୋରଣରେ ଘରର ଝରକା ଓ ଅନ୍ୟାନ୍ୟ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଘଟଣାସ୍ଥଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା । ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ଗୋପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ବିସ୍ଫୋରଣ ସ୍ଥଳରୁ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ବେଳେ, ଫରେନସିକ୍ ଟିମ୍?ର ସହାୟତାରେ ମଧ୍ୟ ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ସମସ୍ତ ଦିଗକୁ ନଜରରେ ରଖି ଘଟଣାର ତଦନ୍ତ କରୁଛି । ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି ।
