ନୂଆଦିଲ୍ଲୀ : ବର୍ଷା ଲାଗି ରହିଥାଏ। ଟ୍ରାକରେ ପାଣି ସୁଅ ମାରୁଥାଏ। ତଥାପି ଚାଲିଥିଲା ରେସ୍। ଶେଷରେ ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇ ଭାରତର ଗୁଲବୀର ସିଂହ ଦେଶ ପାଇଁ ଜିତିଛନ୍ତି ଐତିହାସିକ ରୌପ୍ୟ। ମଙ୍ଗଳବାର ବିଳମ୍ବିତ ରାତିରେ ସେ ୧୦ ହଜାର ମିଟିର ଦୌଡ଼ରେ ଭାରତ ପାଇଁ ରୌପ୍ୟ ପଦକ ଜିତି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେହିପରି ଭାରୋତ୍ତୋଳନରେ ମଧ୍ୟ ଦେଶକୁ ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ପଦକ ମିଳିଛି। ଭାରତର ହରଜିନ୍ଦର କୌର ୬୯ କେଜି ବର୍ଗରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ମଙ୍ଗଳବାର ଭାରତ ୨ଟି ପଦକ ଜିତିଥିବା ବେଳେ ଦେଶର ୩ ଯୁବ ବକ୍ସର ସେମି ଫାଇନାଲରେ ପ୍ରବେଶ କରି ଆଉ ୩ ପଦକ ମଧ୍ୟ ନିଶ୍ଚିତ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ଲଢ଼େଇରେ ଭାରତ ଆଉ ୨ଟି ମେଡାଲ ଜିତିବା ପରେ ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୨ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ରହିଛି। ଆଲେକ୍ସାଣ୍ଡର ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ୧୦,୦୦୦ ମିଟର ଫାଇନାଲରେ ୨୬ ବର୍ଷୀୟ ଗୁଲବୀର ସିଂହ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି। ସ୍କଟଲ୍ୟାଣ୍ଡର ଲଗାତାର ବର୍ଷା ମଧ୍ୟରେ ଅନୁଷ୍ଠିତ ୨୫ ଲ୍ୟାପ୍ର ଏହି ଦୌଡ଼ରେ ଗୁଲବୀର ଅଧିକାଂଶ ସମୟ ଆଗରେ ରହି ଶେଷ ଯାଏ ନିଜ ରଣନୀତି ଉପରେ କାମ କରିଥିଲେ। ତେବେ ଶେଷ ୪୦୦ ମିଟର ଲ୍ୟାପ ସମୟରେ ଅଷ୍ଟ୍ରେଲିଆର କାଇ ରବିନସନ୍ ନିଜର ଗତି ବଢ଼ାଇଥିଲେ। ସେ ଗୁଲବୀରଙ୍କୁ ପଛରେ ପକାଇ ବେଶ ଆରାମରେ ସ୍ୱର୍ଣ୍ଣ ପଦକ ହାସଲ କରି ନେଇଛନ୍ତି। ଗୁଲବୀର ମଧ୍ୟ ଶେଷ ଲ୍ୟାପ୍ରେ ଚମତ୍କାର ପ୍ରଦର୍ଶନ କରି ୨୭:୪୯.୭୮ ସମୟରେ ଫିନିଶ୍ ଲାଇନ୍ ଅତିକ୍ରମ କରିଥିଲେ। କିନ୍ତୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଆଇଲ୍ ଅଫ୍ ମ୍ୟାନ୍ର ଡେଭିଡ୍ ମୁଲାର୍କି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ସହ ଗୁଲବୀର ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଇତିହାସରେ ଲଙ୍ଗ ଡିଷ୍ଟାନ୍ସ ଟ୍ରାକ୍ ଇଭେଣ୍ଟରେ କୌଣସି ଆଫ୍ରିକୀୟ ଧାବକ ପୋଡିୟମରେ ସ୍ଥାନ ପାଇ ନାହାନ୍ତି। ଏସ୍ଇସି ସେ
