ହାଇଦ୍ରାବାଦ: ହାଇଦ୍ରାବାଦ ନିକଟସ୍ଥ ମେଡଚାଲ୍ ମାଲକାଜଗିରି ଜିଲ୍ଲାରେ ତିନି ଦିନ ଧରି ନଅ ଜଣ ବ୍ୟକ୍ତି ଜଣେ ନାବାଳିକାଙ୍କୁ ନିଶା ଦେଇ ଅପହରଣ କରିବା ସହ ଯୌନ ନିର୍ଯାତନା ଦେଇଛନ୍ତି। ପୀଡ଼ିତା ସେମାନଙ୍କ କବଳରୁ ଖସି ଆସି ମାଲକାଜଗିରି ପୋଲିସ୍ କମିଶନରେଟ୍ ଅଧୀନସ୍ଥ ଆଲୱାଲ୍ ଥାନାରେ ଅଭିଯୋଗ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ପୋକ୍ସୋ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏକାଦଶ ଶ୍ରେଣୀର ଛାତ୍ରୀ ଥିବା ୧୬ ବର୍ଷୀୟା ଏହି ନାବାଳିକାଙ୍କୁ କାର, ଟ୍ରେନ୍ ଯାତ୍ରା ଏବଂ ହୋଟେଲ୍ ରୁମ୍ ସମେତ ବିଭିନ୍ନ ସ୍ଥାନରେ ଅଭିଯୁକ୍ତମାନେ ବାରମ୍ବାର ଯୌନ ନିର୍ଯାତନା ଦେଇଥିଲେ। ପୋଲିସ୍ ସୂଚନା ଅନୁଯାୟୀ, ଦଶମ ଶ୍ରେଣୀରେ ପଢ଼ିବା ସମୟରେ ପୀଡ଼ିତା ଜେ. ବରୁଣ ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। କିଛି ମାସ ପୂର୍ବେ, ଅଭିଯୁକ୍ତ ଜଣକ ତାଙ୍କୁ ନିଶାଯୁକ୍ତ ଚକୋଲେଟ୍ ଖୁଆଇ ନିଜ କାର୍ ଭିତରେ ଯୌନ ନିର୍ଯାତନା ଦେଇଥିଲେ। ଜେ. ବରୁଣଙ୍କ ଦ୍ୱାରା ପରିଚିତ ହୋଇଥିବା ଅନ୍ୟ ଜଣେ ଯୁବକ ରୋମାଲା ବରୁଣ ମଧ୍ୟ ତାଙ୍କୁ ସିଗାରେଟ୍, ମଦ ଏବଂ ଗଞ୍ଜେଇ ନିଶାରେ ଅଭ୍ୟସ୍ତ କରାଇ ଯୌନ ନିର୍ଯାତନା ଦେଇଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୀଡ଼ିତା ପୂର୍ବରୁ ଇନଷ୍ଟାଗ୍ରାମ ମାଧ୍ୟମରେ ଡେଭିଡ୍ ବରୁଣ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଅଭିଯୁକ୍ତ ତାଙ୍କୁ ମଦ ପିଆଇବାକୁ ବାଧ୍ୟ କରିବା ସହ ଅସଦାଚରଣ କରିଥିଲେ। ଝିଅର ଆଚରଣକୁ ନେଇ ସନ୍ଦେହ ପ୍ରକାଶ କରି ସେପ୍ଟେମ୍ବର ୯ ତାରିଖରେ ତାଙ୍କ ବାପା ତାଙ୍କୁ ତାଗିଦ୍ କରିଥିଲେ। ଏଥିରେ ରାଗିଯାଇ ଝିଅଟି ଘରୁ ବାହାରି ବୋଲ୍ଲାରୁମ୍ ରେଳ ଷ୍ଟେସନରେ ପହଞ୍ଚିଥିଲା, ଯେଉଁଠାରେ ନୀରଜ ନାମକ ଜଣେ ବ୍ୟକ୍ତିଙ୍କ ସହ ତା’ର ସାକ୍ଷାତ ହୋଇଥିଲା। ସେ ଖସି ପଳାଇ ନିଜ ଘରେ ପହଞ୍ଚିଥିଲେ ଏବଂ ପରିବାର ସଦସ୍ୟଙ୍କ ସହାୟତାରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ, ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ୍ ଏବଂ ବିଏନଏସର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରିଛି। ଉପଯୁକ୍ତ ଯାଞ୍ଚ ନକରି ନାବାଳିକାଙ୍କୁ ରହିବାକୁ ଅନୁମତି ଦେବା ଏବଂ ରୁମ୍ ଯୋଗାଇ ଦେବା ଅଭିଯୋଗରେ ପୋଲିସ ହୋଟେଲର ମ୍ୟାନେଜର ଓ ମାଲିକଙ୍କୁ ମଧ୍ୟ ଗିରଫ କରିଛି।
