ବାରିପଦା ; ମୟୂରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକ,ମହୁଲଡିହା ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମ ରେ ପାଣିରେ ପଡି ଏକ ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି। ଘଟଣା ରୁ ପ୍ରକାଶ ମହୁଲଡିହା ଗ୍ରାମ ର ରାମ ଲୋହାର ଙ୍କ ଏକମାତ୍ର ପୁତ୍ର ଓଁକାର ନାଥ ଲୋହାର (ଓମ୍ ) ୪ ବର୍ଷ ଘର ନିକଟରେ ଥିବା ଢାଙ୍କୁଣି ପଡିନଥିବା ପାଇଖାନା ଟାଙ୍କିରେ ଥିବା ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲା। ଓମ୍ ନିଜ ଜେଜେମା ସହିତ ଆଜି କଟକ ମାମୁଘର ଯାଇଥାନ୍ତେ। ଦିନ ୧୨,୩୦ ମିନିଟ୍ ସମୟରେ ଓମ୍ ୨ ଟି ପାଉଚ ସାମ୍ପ ଧରି ଗାଧେଇବା ପାଇଁ ଜେଜେମାଙ୍କୁ କହିଥଲା ସେ ମନା କରିଥିଲେ ।କିଛି ସମୟ ପରେ ଓମ୍ ଘର ପଛ ପଟେ ନୂଆ ତିଆରୀ ହୋଇ ଥିବା ଘୋଡଣୀ ନ ଥିବା ପାଇଖାନା ଟାଙ୍କିରେ ପଡି ବୁଡ଼ି ଯାଇଥିଲା ।ଓମ୍ ମା ଛୁଆର ପାଟି ନ ଶୁଣି ଖୋଜି ଥିଲେ ଏବଂ ଘର ପଛରେ ଥିବା ପାଇଖାନା ପାଣି ଟାଙ୍କିରୁ ବୁଡ ବୁଡ ବାହାରୁ ଥିବାରୁ ସନ୍ଦେହ କରି ଜେଜେ ବୁରା ମୁଣ୍ତା ଲୋହାର ପାଣି ଭିତରେ ପଶି ଓମ୍ କୁ ଉଦ୍ଧାର କରି ଏକ ଅଟ ଯୋଗେ ଠାକୁରମୁଣ୍ଡା ଗୋଷ୍ଠିସ୍ୱାସ୍ଥ୍ଯ କେନ୍ଦ୍ର କୁ ଆଣିଥିଲେ। ଡାକ୍ତର ଓମ୍ କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
