ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ ସିମାନ୍ତ,କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ପଣସଡିହା ଗ୍ରାମ ପଞ୍ଚାୟତ ସିକୋ୍ୱଡା ଗ୍ରାମ ର ଗୁରୁବାରୀ ହେମ୍ବ୍ରମ (୨୮) ନିଜ ଚାଷ ଜମି କୁ ତଳି ରୋଇ୍ୱା ପାଇଁ ଯାଇ ଥିଲେ।ତଳିରୋଆ କାମସାରି ଅପରାହ୍ନ ୫ ଟା ସମୟରେ ଘରକୁ ଫେରୁଥିବା ବେଳେ ହଠାତ୍ ଜଙ୍ଗଲକୁ ୪ ଟି ଭାଲୁ ବାହାରି ଆସି ଥିଲେ। ଗୋଟିଏ ଭାଲୁ ଅତର୍କିତ ଭାବେ ଗୁରୁବାରୀ ହେମ୍ବ୍ରମ ଙ୍କୁ ଆକ୍ରମଣ କରିଥିଲା। ନିକଟରେ ଥିବା ନିଜ ଭାଉଜ ଜେମା ହେମ୍ବ୍ରମ ପାଟି କରିବାରୁ ଭାଲୁ ଗୁଡ଼ିକ ଜଙ୍ଗଲ କୁ ପଳାଇଥିଲେ। ପରିବାର ଲୋକେ ଖବର ପାଇ ଗୁରୁବାରୀ ଙ୍କୁ ଏକ ଅଟୋ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ଗୁରୁବାରୀ ଙ୍କର ମୁହଁ ଏ୍ୱଂ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି। ଖବର ପାଇ ଗୟଳ ମୁଣ୍ଡା ସେକ୍ସନ ୍ୱନପାଳ ଦିବାକର ମୁଣ୍ଡା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଗୁରୁବାରୀ ହେମ୍ବ୍ରମ ଙ୍କୁ ଚିକିତ୍ସା କରାଇବା ସହିତ ତଦନ୍ତ ଜାରି ରଖିଛନ୍ତି।
