ଫୁଲବାଣୀ: ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ଚାଲିଥିବା ଅନ୍ୱେଷଣ ୩ ଯୋଜନା ଅନୁସାରେ କନ୍ଧମାଳ ଜିଲ୍ଲାରେ ନିଖୋଜ ଥିବା ୧୨୯ ମହିଳା ଓ ୯ ଟି ଝିଅକୁ ପୋଲିସ ଉଦ୍ଧାର କରିଛି ବୋଲି ଏସ ପି ରମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରାଜ୍ୟ ଡିଜି ଙ୍କ ନିର୍ଦ୍ଧେଶରେ ଓଡ଼ିଶା ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅପରେସନ୍ ଅନ୍ୱେଷଣ ୩ ଯୋଜନା ଅନୁଯାୟୀ କନ୍ଧମାଳ ପୋଲିସ ପକ୍ଷରୁ ୧୮ ଜୁଲାଇ ରୁ ୨୨ ଜୁଲାଇ ପର୍ଯ୍ୟନ୍ତ ଏକ ବ୍ୟାପକ ସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ କରାଯାଇଥିଲା ।

ଯୋଜନା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିଖୋଜ ମହିଳା ଓ ଶିଶୁ ମାନଙ୍କୁ ଖୋଜି ବାହାର କରିବା।ମାନବ ଚାଲାଣ ରୋକିବା,ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ପରିବାର କୁ ଫେରାଇ ଆଣିବା ।କନ୍ଧମାଳ ଜିଲ୍ଲା ପୋଲିସ ଅକ୍ଲାନ୍ତ ପରିଶ୍ରମ କରି ଖୋଜିଥିଲେ। ରାଜ୍ୟରେ ପୋଲିସ ସମସ୍ତ ଜିଲ୍ଲା ରେ ଏହି କାର୍ଯ୍ୟକ୍ରମ କରୁଛନ୍ତି। କନ୍ଧମାଳ ପୋଲିସ ୫ ଦିନ ମଧ୍ୟରେ ସର୍ବମୋଟ ୧୩୮ ଜଣଙ୍କୁ ଠାବ କରି ଉଦ୍ଧାର କରି ପାରିଛି। କନ୍ଧମାଳ ଏସ୍ ପି ଙ୍କ ତତ୍ୱାବଧାନରେ ଓ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନାରେ ସ୍ୱତନ୍ତ୍ର ଟିମ ଗଠନ କରଯାଇ ମିସିଂ ଓ କିଡ୍ ନାପିଂଗ କେସ୍ ର ତଦନ୍ତ କାରାଯାଇଥିଲା।

କନ୍ଧମାଳ ପୋଲିସ ୫ ଦିନରେ ୧୩୮ ଜଣ ନିଖୋଜ ବ୍ୟକ୍ତି ଙ୍କୁ ପୋଲିସ ଉଦ୍ଧାର କରିଛି। ସେଥି ମଧ୍ୟରେ ୧୨୯ ଜଣ ମହିଳା ୯ ଜଣ ବାଳିକା ଅଛନ୍ତି ।ଇଣ୍ଟେରଷ୍ଟେଟ କୋଅର୍ଡିନେସନ, ଇଣ୍ଟେଲିଜେନ୍ସ ଟେକନିକ ଓ କ୍ଷେତ୍ର ପରିଦର୍ଶନ ଓ ତଦନ୍ତ କରି ପୋଲିସ ଏହି ସଫଳତା ପାଇଛି। ଗଠନ କରାଯାଇଥିବା ସ୍କ୍ୱାର୍ଡ ରେ ଆଣ୍ଟି ହୁମାନ ଟ୍ରାକିଙ୍ଗ ୟୁନିଟ୍,କ୍ରାଇମ୍ ଏଗନେଷ୍ଟ ଓମେନ ଆଣ୍ଡ ଚିଲରେନ୍ ଉଇଙ୍ଗ ର ଅଧିକାରୀ,ମହିଳା ପୋଲିସ୍ ଏବଂ ସ୍ଥାନୀୟ ପୋଲିସ ଙ୍କୁ ସାମିଲ କରାଯାଇ ପ୍ରତ୍ୟେକ ଟ୍ରାଞ୍ଜିଟ ପୋଏଣ୍ଟ, ସନ୍ଦେହଜନକ ଲକ୍ଷ୍ୟସ୍ଥଳ ଓ ସେଲଟର ହୋମ ଗୁଡ଼ିକରୁ ଏହି ବିବାହିତ ମହିଳା ଓ ବାଳିକା ଙ୍କୁ ଉଦ୍ଧାର କରାଯାଇଛି।୧୩୮ ମଧ୍ୟରୁ ୯ ଟି କିଡନାପ କେଶ ଓ ୧୨୯ ଟି ମିସିଙ୍ଗ କେସ୍ ଦର୍ଜ ହୋଇଥିଲା। ନିଖୋଜ ମହିଳା ଓ ଶିଶୁ ଙ୍କୁ ଖୋଜିବା ପାଇଁ ଭୁବନେଶ୍ୱର, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲା ଙ୍କୁ ପୋଲିସ କୁ ପଠାଯାଇଥିଲା।

ଫୁଲବାଣୀ ଟାଉନ ପୋଲିସ ୨୩ ଜଣ ମହିଳା ଓ ଗୋଟିଏ ଝିଅ କୁ ଉଦ୍ଧାର କରିଥିବା ବେଳେ,ଖଜୁରୀପଡା ପୋଲିସ ୨୪ ମହିଳା ଓ ୨ ଟି ଝିଅ,ଓ ଜିଲ୍ଲାର ଅନ୍ୟାନ୍ୟ ପୋଲିସ୍େଟସନ ମିଳିତ ଭାବେ ମିଶି ଅବଶିଷ୍ଟ ମହିଳା ଓ ଶିଶୁ କୁ ଉଦ୍ଧାରକରିଛନ୍ତି।ଏହି ନିଖୋଜ ମହିଳା ଓ ଶିଶୁଙ୍କୁ କାଉନସେଲିଙ୍ଗ କରିବା ପରେ ବିଭିନ୍ନ ଆଇନଗତ ଚିହ୍ନଟ ସେଲଟର ହୋମ, ଓ ନିଜ ନିଜର ପରିବାରକୁ ହସ୍ତାନ୍ତର କରାଯାଇଛି। ଯଦି କୌଣସି ମହିଳା ଓ ଶିଶୁ ଶୋଷଣ, ହରଣ ଚାଲ, ହୁମାନ ଟ୍ରାକିଙ୍ଗ ହେଉଛି ତେବେ ନିକଟସ୍ଥ ପୋଲିସ୍େଟସନ ରେ ଖବର ଦେବାକୁ ଏସପି ରମେନ୍ଦ୍ର ପ୍ରସାଦ ଜନସାଧାରଙ୍କୁ ଅନୁରୋଧ କରିଥିବା ବେଳେ ଜରୁରୀ କାଳୀନ ହେଲ୍ପ ଲାଇନ୍ ୧୧୨,୧୮୧,ଶିଶୁ ହେଲ୍ପ ଲାଇନ୍ ୧୦୯୮ କୁ ଶୀଘ୍ର ଫୋନ୍ କରି ଜଣାଇବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
