ନୂଆଦିଲ୍ଲୀ : ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା ସହିତ ୯୭ଞ୍ଚ ରନ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ଇନିଂସ ପାଇଁ ଭାରତ ୫ ଉଇକେଟ୍ରେ ବିଜୟ ହାସଲ କରି ସେମିଫାଇନାରେ ସ୍ଥାନ ସୁରକ୍ଷିତ କରିଛି। ଏହି ଇନିଂସ ସହିତ, ସଞ୍ଜୁ ବିରାଟ କୋହଲିଙ୍କ ଏକ ମହାରେକର୍ଡ ଭାଙ୍ଗିଛନ୍ତି। ଏହି ‘ବିରାଟ’ ଇନିଂସ ସହିତ, ସଞ୍ଜୁ ଏବେ ଟି୨୦ ବିଶ୍ୱକପ ରନ ଚେଜରେ ଭାରତର ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ପୂର୍ବରୁ, ବିରାଟ କୋହଲି ଭାରତ ପାଇଁ ଟି୨୦ ବିଶ୍ୱକପ ରନ ଚେଜ ସମୟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ରଖିଥିଲେ, ଯେଉଁଥିରେ ସେ ୮୨ଞ୍ଚ ରନ (୨୦୧୬ରେ ଅଷ୍ଟ୍ରେଲିଆ ଏବଂ ୨୦୨୨ରେ ପାକିସ୍ତାନ ବିପକ୍ଷରେ) କରିଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ ୨୦ ଓଭରରେ ୧୯୫/୪ ରନ କରିଥିଲା। ଟିମ ଇଣ୍ଡିଆ ପାଖରେ ବିଜୟ ପାଇଁ ୧୯୬ ରନର ଲକ୍ଷ୍ୟ ଥିଲା। ଭାରତର ରନ ଚେଜ ବିଶେଷ ପ୍ରଭାବଶାଳୀ ନଥିଲା। ସଞ୍ଜୁଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନ ମଧ୍ୟ ଛୁଇଁ ପାରି ନଥିଲେ। ସଞ୍ଜୁ ସ୍ପଷ୍ଟ ଭାବରେ ଠିଆ ହୋଇଥିଲେ ଏବଂ ଏକାକୀ ମ୍ୟାଚକୁ ଜିାଇଥିଲେ। ଏହା ଉଲ୍ଲେଖନୀୟ ଯେ ଖରାପ ଫର୍ମ ଯୋଗୁ ସଞ୍ଜୁଙ୍କୁ ଟୁର୍ନାମେଣ୍ଟର ଆରମ୍ଭରେ ପ୍ଲେଇଂ ୧୧ରେ ସାମିଲ କରାଯାଇ ନ ଥିଲା। ନାମିବିଆ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମାଙ୍କ ସ୍ଥାନରେ ସଞ୍ଜୁଙ୍କୁ ସୁଯୋଗ ଦିଆଯାଇଥିଲା। ପେଟ ସମସ୍ୟା ଯୋଗୁ ଅଭିଷେକ ସେହି ମ୍ୟାଚରେ ଖେଳିପାରି ନଥିଲେ। ତଥାପି, ସଞ୍ଜୁ ଅଧିକ କିଛି କରିପାରି ନଥିଲେ, ୨୨ ରନ କରିଥିଲେ। ତା’ପରେ ସଞ୍ଜୁଙ୍କୁ ସୁପର ୮ରେ ଜିମ୍ବାୱେ ବିପକ୍ଷରେ ସୁଯୋଗ ମିଳିଥିଲା।
