ପୁରୀ: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୂର ହେଲା ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା । ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ବୁଧବାର ଦିନ ହେବ ଅଳଙ୍କାର ଗଣତିମଣତି ପକ୍ରିୟା । ଏହି ପକ୍ରିୟାରେ ୨ଟି ଟିମ ଉପସ୍ଥିତ ରହିବେ । ଦିନ ୧୨.୨୦ରୁ ୧.୪୫ ମଧ୍ୟରେ ବାହାରିଛି ମାହେନ୍ଦ୍ରବେଳା । ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଖୋଲାଯାଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ । ପରିଚାଳନା କମିଟିରେନିଆଯାଇଛି ନିଷ୍ପତ୍ତି। ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି ହେବ। ପ୍ରଥମେ ଚଳନ୍ତି, ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ। ଗଣତି ମଣତି ସମୟରେ ବାହାର କାଠ ଦର୍ଶନ ହେବ। ଶନିବାର ରବିବାର ସମେତ ଯାନୀ ଯାତ୍ରା ଓ ନିତି ବହୁଳ ସମୟରେ ଗଣତି ମଣତି କରାଯିବ ନାହିଁ । ଗଣତି ମଣତି ସମୟରେ ଡ଼ିଜିଟାଇଜେସନ ଓ ସ୍ୱଚ୍ଛତା ଅବଲମ୍ବନ କରାଯିବ। ଏ ନେଇ କୋର୍ଟ କୁ ଅବଗତ କରାଯିବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ସରକାରଙ୍କ ଏସଓପି ଅନୁଯାୟୀ ଗଣତି ମଣତି କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଙ୍କ ସହିତ ପରିଚାଳନା କମିଟି ସଦସ୍ୟ ମାନେ ଯୋଗ ଦେଇଥିଲେ। ପୂର୍ବରୁ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଥିବାବେଳେ ତାରିଖ ଓ ଶୁଭ ବେଳା ସ୍ଥିର କରାଯାଇଛି।
