ବାରିପଦା ; ବଜ୍ରପାତ ହେବା ଘଟଣାରେ ମୟୂରଭଞ୍ଜ ଜିଲ୍ଲା,ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଉକ୍ତ ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତ ପାରିଆକୁଲି ଗ୍ରାମର ରବୀନ୍ଦ୍ର ବେହେରା(୩୬)। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବ୍ଲକ ଅଞ୍ଚଳରେ ବର୍ଷା ସହିତ ବିଜୁଳି ଓ଼ ଘଡଘଡି ମାରୁଥିବା ବେଳେ ରବୀନ୍ଦ୍ର ନିଜ ଘର ପିଣ୍ଡାରେ ଛିଡା ହୋଇଥିଲେ ଏବଂ ଏହି ସମୟରେ ରବୀନ୍ଦ୍ରଙ୍କ ଉପରେ ବିଜୁଳି ମାରିବାରୁ ସେ ଗୁରୁତର ହୋଇଥିଲେ। ତେବେ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଛି।
