ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଉତ୍ତର ଏବଂ ମଧ୍ୟ ଆଣ୍ଡାମାନ ଜିଲ୍ଲାର ମାୟାବନ୍ଦରରୁ ଉଡ଼ାଣ ଭରିଥିବା ପବନ ହଂସର ଏକ ହେଲିକପ୍ଟର ମଝି ସମୁଦ୍ରରେ ଖସିପଡ଼ିଛି। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୭ଜଣ ଥିଲେ। ତେବେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ମିଳିଥିବା ସୂଚନା ଅନୁସାରେ ହେଲିକପ୍ଟରଟି ସକାଳ ପ୍ରାୟ ୮.୪୫ ସମୟରେ ଦୁଇଜଣ କ୍ରୁ ସଦସ୍ୟ ଏବଂ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ଶ୍ରୀ ବିଜୟ ପୁରମରୁ ଉଡ଼ାଣ ଭରିବା ପରେ ପ୍ରାୟ ୯.୩୦ ସମୟରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।
