ବଣାଇ: ବଣେଇ ବନଖଣ୍ଡର କୁଳିପୋଷ ରେଞ୍ଜ ଅନ୍ତର୍ଗତ ଖୁଣ୍ଟଙ୍ଗା ଗ୍ରାମର ଏକ କୂଅରେ ଜଙ୍ଗଲି ବିଲୁଆ ପଡ଼ି ଗୁରୁତର ଥିବା ବେଳେ ତାକୁ ଉଦ୍ଧାର କଲା ବନବିଭାଗ। ଏକ ଜଙ୍ଗଲି ବିଲୁଆ ଖାଦ୍ୟ ଅନ୍ୱେଷଣରେ ଆସି ଖୁଣ୍ଟଗାଁ ଗ୍ରାମର ମନୋଜ କୁମାର ବେହେରାଙ୍କ ବାଡିରେ ଥିବା ପଥର କୂଅରେ ପଡ଼ି ଯାଇଥିଲା,

କୁଅ ମାଲିକ ମନୋଜ କୂଅରେ ବିଲୁଆ ପଡ଼ି ଯାଇଥିବା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ ଫଳରେ ବନ ବିଭାଗର କର୍ମଚାରୀ ଓ ତାଙ୍କ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରଣ କୌଶଳ କରି ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଉଦ୍ଧାର ପରେ ଉକ୍ତ ବିଲୁଆଟି ସେଠାରୁ ଦୌଡ଼ି ପଳାଇଥିବା ସୂଚନା ମିଳିଛି।
