ହିନ୍ଦୋଳ: ହିନ୍ଦୋଳ ବନାଞ୍ଚଳ ଖଲିବୋରେଇ ସେକ୍ସନ୍ ଅନ୍ତର୍ଗତ ଖଲିବବୋରେଇ ଟାଙ୍ଗୀ ମୁଣ୍ଡିଆ ନିକଟରେ ଚଢ଼ାଉକରି ଶାଗୁଆନ କାଠ ନେଇ ଯାଉଥିବା ଏକ ପିକପ୍ ଭ୍ୟାନକୁ ବନବିଭାଗ ଧରିବାରେ ସକ୍ଷମ ହୋଇଛି। ସୂଚନା ଅନୁଯାୟୀ ଏକ ଶାଗୁଆନ ବୋଝେଇ ପିକପ୍ ଭ୍ୟାନ୍ ଶାଗୁଆନ କାଠ ନେଇ ଯାଉଥିବାବେଳେ କୌଣସିସୂତ୍ରରୁ ଖବରପାଇ ଖଲିବୋରେଇ ଟାଙ୍ଗୀ ମୁଣ୍ଡିଆ ନିକଟରେ ଏସିଏଫ୍, ରେଞ୍ଜର ହିନ୍ଦୋଳ, ଫରେଷ୍ଟର ଖଲିବୋରେଇ ଓ ଫରେଷ୍ଟର ଦଣ୍ଡିରୀ ସଦଳବଳେ ଚଢ଼ାଉ କରିଥିଲେ। ଡ୍ରାଇଭର ଗାଡିରୁ ଖସି ପଳାଇଥିବାବେଳେ ପିକପ୍ ଭ୍ୟାନକୁ ବନବିଭାଗ ଜବତ କରିଥିଲା । ପିକପ୍ ଭ୍ୟାନରେ ଥିବା ଶାଗୁଆନ କାଠ ଏବଂ ଭ୍ୟାନ୍ ଗାଡ଼ିକୁ ବନବିଭାଗ ସିଜ୍ କରି ତଦନ୍ତ ଜାରି ରଖିଛି। ଏବଂ ଖସିଯାଇଥିବା ଡ୍ରାଇଭରକୁ ଧରିବାକୁ ଅନୁସନ୍ଧାନ ଚଲାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
