ଢାକା: ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଶପଥ ଗ୍ରହଣ କଲେ ତାରିକ ରେହମନ। ତାଙ୍କ ସହ ୪୯ ଜଣିଆ କ୍ୟାବିନେଟ୍ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ତାରିକ ତଥା କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ଫେବ୍ରୁଆରୀ ୧୨ ତାରିଖ ନିର୍ବାଚନରେ ତାରିକଙ୍କ ବିଏନପି ମେଣ୍ଟ୨୧୧ ଆସନ ଜିତିଥିବା ବେଳେ ଜମାତ-ଇ-ଇସଲାମୀ ମେଣ୍ଟ୭୭ ଆସନ ଜିତିଥିଲା।
