ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିତି ୨୦୨୬ର ଆରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱୋଧନ ସହ ହୋଇଛି। ସୋମବାର ଆୟୋଜନର ଉଦଘାଟନ କରି ସେ କହିଛନ୍ତି – ବିଶ୍ୱକୁ ଏଆଇର ଆଲୋଚନା ମଞ୍ଚରେ ଏକାଠି କରିବା ଆଜିର ଆବଶ୍ୟକତା। ଆଜି ଠାରୁ ଭାରତ , ଦିଲ୍ଲୀର ଭାରତ ମଣ୍ଡପମରେ ଏଆଇ ଇମ୍ପାକ୍ଟ ସମିତିର ଆୟୋଜନ କରୁଛି। ମୁଁ ସାରା ବିଶ୍ୱରୁ ଆସିଥିବା ସମସ୍ତ ନେତା , ଉଦ୍ୟୋଗ ଜଗତର ପ୍ରତିନିଧିମାନେ , ଇନୋଭେଟମାନେ , ପଲିସି-ମେକର୍ସ , ରିସର୍ଚ୍ଚର ଓ ଟେକ୍ ଲଭର୍ସଙ୍କୁ ଏହି ଶିଖର ସମ୍ମିଳନୀରେ ହାର୍ଦ୍ଦିକ ସ୍ୱାଗତ କରୁଛି। ପ୍ରଧାନମନ୍ତ୍ରୀ ତାଙ୍କର ବାର୍ତ୍ତାରେ କହିଛନ୍ତି ଯେ, ଭାରତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ସହ ଜଡ଼ିତ ପରିବର୍ତ୍ତନର ପ୍ରାରମ୍ଭିକ ଧାଡ଼ିରେ ଠିଆ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ, ଏଆଇ କ୍ଷେତ୍ରରେ ଭାରତର ପ୍ରଗତି ମହତ୍ତ୍ୱାକାଂକ୍ଷା ଓ ଦାୟିତ୍ୱ ଉଭୟକୁ ଦର୍ଶାଇ ଥାଏ। ଏଆଇ ଶିଖର ସମ୍ମିଳନୀ ନୂଆ ଦିଲ୍ଲୀରେ ଆୟୋଜିତ ହେଉଛି , ଯେଉଁଥିରେ ଗ୍ଲୋବାଲ ପଲିଟିକାଲ ଲିଡର୍ସ , ଟେକ୍ କମ୍ପାନୀମାନେ , ଷ୍ଟାର୍ଟଅପ୍ସ ଓ ରିସର୍ଚ କମ୍ୟୁନିଟିଜମାନେ ଅଂଶଗ୍ରହଣ କରୁଛନ୍ତି। ସୂଚନା ମୁତାବିକ , ଏହି ଆୟୋଜନରେ ୪୫ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେଉଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍ରୋନ୍ ,ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଓ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓଗୁଟେରେସ୍ ସମେତ ଅନେକ ଅନ୍ତର୍ଜାତୀୟ ନେତା ଏଥିରେ ଭାଗ ନେଉଛନ୍ତି। ଟେକ୍ନୋଲଜି ୱାର୍ଲ୍ଡରୁ ଗୁଗଲର ସିଇଓ ସୁନ୍ଦର ପିଚାଇ ଓ ଅପେନ ଏଆଇର ମୁଖ୍ୟ ସାମ୍ ଅଲଟମ୍ୟାନଙ୍କ ସମେତ ଅଲଗା ଅଲଗା ଗ୍ଲୋବାଲ ଏଆଇ କମ୍ପାନୀର ପ୍ରତିନିଧି ମଧ୍ୟ ଆୟୋଜନରେ ଉପସ୍ଥିତ ହେବେ। ସରକାରଙ୍କ ପକ୍ଷରୁ ସେୟାର କରାଯାଇ ଥିବା ସୂଚନା ଆଧାରରେ , ଇଣ୍ଡିଆଏଆଇ ମିଶନ ଅନୁସାରେ , ୧୦,୩୭୨ କୋଟି ଟଙ୍କାର ନିବେଶ କରାଯାଉଛି। ଏହି ପ୍ରୟାସ ଯୋଗୁଁ ୩୮,୦୦୦ରୁ ଅଧିକ ଜିପିୟୁଏସ୍ କୁ ସେୟାର୍ଡ କମ୍ପ୍ୟୁଟର ଆକ୍ସେସ୍ ପାଇଁ ଅନବୋର୍ଡ କରାଯାଇଛି। ୧୨ ଭାରତୀୟ ଫାଉଣ୍ଡେସନ ମଡେଲ ଡେଭଲପ୍ କରାଯାଉଛି ଏବ ୩୦ରୁ ଅଧିକ ଇଣ୍ଡିଆ-ସ୍ପେସିଫିକ୍ ଏଆଇ ଆପ୍ଲିକେସନ୍ସକୁ ଅନୁମତି ଦିଆଯାଇଛି।
