ସମ୍ବଲପୁର: ବିଜେଡିର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ । ସ୍ନାୟୂଜନିତ ରୋଗରେ ଥିଲେ ପୀଡ଼ିତ । ସମ୍ବଲପୁରସ୍ଥିତ ତାଙ୍କ ବାସଭବନରେ ତାଙ୍କର ପରଲୋକ ହୋଇଛି। ୭୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସୋମବାର ରାତି ୮ଟା ୫୦ ମିନିଟରେ ତାଙ୍କର ପରଲୋକ ହୋଇଛି। ସୂଚନା ଯୋଗ୍ୟ ଯେ, ରାସେଶ୍ୱରୀ ପାଣିଗ୍ରାହୀ ଗତ ୨୦୧୪ ବିଧା ସଭା ନିର୍ବାଚନରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ଉତ୍ତମ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଭାବେ କେବଳ ସମ୍ବଲପୁର ନୁହେଁ ବରଂ ସମଗ୍ର ଓଡ଼ିଶାରେ ତାଙ୍କର ସୁନାମ ରହିଛି । ବର୍ତ୍ତମାନ ମଧ୍ୟ ସେ ରୋଗୀଙ୍କୁ ସେବା ଯୋଗାଉଥିଲେ। ବୁର୍ଲାସ୍ଥିତ ତତ୍କାଳୀନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ମହା ବିଦ୍ୟାଳୟରେ ଏମବିବିଏସ୍ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଚିକିତ୍ସକ ଭାବେ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲ । ଡା.ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହାନଚରଣ ମାଝୀ
