ବାଲିଚନ୍ଦ୍ରପୁର: ଦୀର୍ଘ ୪ ଦିନ ହେବ ରାସ୍ତା କଡରେ ଗୋଟିଏ ଷେଣ୍ଢ ମୁର୍ମୁଷୁ ଅବସ୍ଥାରେ ପଡି ରହିଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଚାରିନଙ୍ଗଳ ମଠ ସମ୍ମୁଖ ରାସ୍ତା ଉପରେ ଗତ ୪ ଦିନ ପୂର୍ବରୁ ଦୁଇଟି ଷେଣ୍ଢ ମରାମରି ହୋଇଥିଲେ । ଗୋଟିଏ ଷେଣ୍ଢ ଅନ୍ୟ ଏକ ଷେଣ୍ଢକୁ ଆକ୍ରମଣ କରି ପଳାଇ ଯାଇଥିଲା । ଏଥିରେ ଅନ୍ୟ ଷେଣ୍ଢ ଗୁରୁତର ହୋଇ ସେହି ରାସ୍ତା କଡରେ ଅତି ମୁର୍ମୁଷୁ ଅବସ୍ଥାରେ ପଡି ରହିଥିବା ଦେଖି ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ଏହି ଖବର ପାଇ ଜଣେ ବିଭାଗୀୟ କର୍ମଚାରୀ ଥରେ ମାତ୍ର ସେଠାକୁ ଆସି ଷେଣ୍ଢକୁ ସାଲାଇନ ଓ ଇଂଜେକସନ ଦେଇ ଯାଇଛନ୍ତି । ହେଲେ ଷେଣ୍ଢଟି ସେହିଦିନ ଠାରୁ ସେମିତି ସେଠାରେ ପଡି ରହିଥିବା ବେଳେ ବିଭାଗ ପକ୍ଷରୁ ଆଉ ଏଥିପାଇଁ ଗୁରୁତ୍ୱ ଦିଆଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ତୁରନ୍ତ ବିଭାଗୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ଆହତ ଷେଣ୍ଢକୁ ଆରୋଗ୍ୟ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
