କାଇରୋ: କେନ୍ଦ୍ରୀୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଶନିବାର ଦିନ ଏକ କୁଖ୍ୟାତ ଅର୍ଦ୍ଧସାମରିକ ଗୋଷ୍ଠୀ ରାପିଡ୍ ସପୋର୍ଟ ଫୋର୍ସ(ଆରଏସପି) ଦ୍ୱାରା ଏକ ଡ୍ରୋନ୍ ଆକ୍ରମଣ ହୋଇଥିଲା, ଯେଉଁଥିରେ ୮ ଜଣ ଶିଶୁଙ୍କ ସମେତ ଅତି କମରେ ୨୪ ଜଣଙ୍କର ପ୍ରାଣହାନି ଘଟିଛି। ରାପିଡ୍ ସପୋର୍ଟ ଫୋର୍ସ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହାୟତା କାଫୱାଲକୁ ଟାର୍ଗେଟ କରାଯିବାର ଗୋଟିଏ ଦିନ ପରେ ଏପରି ଆକ୍ରମଣ ହୋଇଥିବା ଦେଶର ଚାଲିଥିବା ଯୁଦ୍ଧକୁ ଟ୍ରାକ୍ କରୁଥିବା ସୁଡାନ୍ ଡକ୍ଟରସ୍ ନେଟୱାର୍କ କହିଛି। ପ୍ରାୟ ତିନି ବର୍ଷ ଧରି ଦେଶର ନିୟନ୍ତ୍ରଣ ପାଇଁ ସାମରିକ ବାହିନୀ ଏବଂ ଆରଏସପି ମଧ୍ୟରେ ଏକ କ୍ଷମତା ସଂଘର୍ଷ ରାଜଧାନୀ ଖାର୍ତୁମ୍ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଚାଲୁ ରହିଛି। ଯାହା ଫଳରେ ହଜାର ହଜାର ଲୋକଙ୍କ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି।
ସୁଦାନରେ ବିସ୍ଥାପନ ଗାଡ଼ି ଉପରକୁ ଆରଏସପିର ଡ୍ରୋନ ମାଡ଼; ୮ ଶିଶୁଙ୍କ ସହ ୨୪ ମୃତ














Leave a Reply