ଯଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ୩ ବଗି ଲାଇନଚ୍ୟୁତ

Spread the love

ଯାଜପୁର: ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-ନ୍ୟୁ ଜଲପାଇଗୁଡ଼ି ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଗୁରୁବାର ସକାଳ ୮ଟା ୫୧ ମିନିଟରେ ଯାଜପୁରର ଯଖପୁରା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଏଥିରେ ବଡ଼ ଧରଣର କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ୩ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଯଖପୁରା ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମ ନିକଟରେ ୨୨୬୧୧ ଟ୍ରେନର ୨ଟି ଜେନେରାଲ କୋଚ ଓ ଗୋଟିଏ ଏସି କୋଚ ଲାଇନଚ୍ୟୁତ ହୋଇଛି। ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି ଧୀର ଥିଲା ବୋଲି କୁହାଯାଉଛି। ଫଳରେ ବଡ଼ ଧରଣର ଦୁର୍ଘଟଣା ଏଡ଼ିଯାଇଛି। ଖବର ପାଇ ଭଦ୍ରକରୁ ଏକ ରିଲିଫ୍ ଟ୍ରେନ ତୁରନ୍ତ ଘଟଣାସ୍ଥଳକୁ ଯାତ୍ରା କରିଥିଲା। ବରିଷ୍ଠ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ମରାମତି କାର୍ଯ୍ୟର ତଦାରଖ କରୁଛନ୍ତି। ଲାଇନଚ୍ୟୁତ ହୋଇଥିବା ବଗିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ କରାଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!