ଶ୍ରୀନଗର: ଲଦାଖର ଲେହ ଅଞ୍ଚଳରେ ସୋମବାର ପୂର୍ବାହ୍ଣରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ବୋଲି ରେକର୍ଡ କରାଯାଇଛି। ଏହାର ଝଟ୍କା ଜମ୍ମୁ ଓ କାଶ୍ମୀରରେ ଅନୁଭୂତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ସ୍ଥାନୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମୁକ୍ତାର ଅହମଦଙ୍କ କହିବା ଅନୁସାରେ ସକାଳ ୧୧.୫୧ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଲେହରେ ରହିଛି। ପୃଥିବୀର ୧୭୧ କିମି ଗଭୀର କଠିନ ଉପରି ଭାଗରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।
ଲେହରେ ୫.୭ ତୀବ୍ରତାର ଭୂକମ୍ପ













Leave a Reply