ୱାସିଂଟନ: ୨୭ ବର୍ଷ ବୟସରେ ୯ ସନ୍ତାନର ମାତା। ଏକଥା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଆମେରିକାର ହ୍ୱିଟନୀ ଡନ୍ ନାମକ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇଛି। କେବଳ ସେତିକି ନୁହେଁ, ମହିଳା ଜଣକ ଏବେ ନିଜର ୧୦ମ ସନ୍ତାନର ଅପେକ୍ଷାରେ ରହିଛନ୍ତି। ୧୧ ବର୍ଷ ତଳେ ସେ କୁମାରୀ ମାତୃତ୍ୱ ପନ୍ଥା ଆପଣାଇଥିଲେ। ଛୁଆ ଜନ୍ମଦେବା ସଉକ ନେଇ ତାଙ୍କୁ ନାନା ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲେ ମଧ୍ୟ ସେ ଏହାକୁ ଖାତିର କରିନାହାନ୍ତି। ଅବଶ୍ୟ ତାଙ୍କର ୯ଟି ସନ୍ତାନର ଜନକ କେବଳ ଜଣେ ବ୍ୟକ୍ତି ନୁହନ୍ତି। ତାଙ୍କର ୪ ଜୀବନସାଥୀଙ୍କଠାରୁ ଏମାନେ ଜନ୍ମ ନେଇଛନ୍ତି। ବର୍ତ୍ତମାନର ସ୍ୱାମୀ ୱିଲିୟମ ତାଙ୍କ ବଡ଼ ପରିବାର ଇଚ୍ଛାକୁ ଉତ୍ସାହିତ କରୁଛନ୍ତି। ପୂର୍ବରୁ ୱିଲିମୟଙ୍କ ଔରସରୁ ୩ଟି ସନ୍ତାନ ପ୍ରାପ୍ତ ହୋଇଛନ୍ତି ଏବଂ ଆଉ ଏକ ସନ୍ତାନ ଜନ୍ମନେବା ଅପେକ୍ଷାରେ ରହିଛି। ଜୀବନସାଥୀଙ୍କ ବିଷୟରେ କହିବାକୁ ଯାଇ ମହିଳାଜଣକ କହିଛନ୍ତି ଯେ, ତାଙ୍କ ପ୍ରଥମ ସ୍ୱାମୀ ସେ ଗର୍ଭବତୀ ଥିବା ବେଳେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହା ପରେ ସେ ଦ୍ୱିତୀୟ ବିବାହ କଲେ ଏବଂ ୩ଟି ସନ୍ତାନର ମା’ ହୋଇପାରିଲେ। ପରେ ଉଭୟ ଅଲଗା ହୋଇଗଲେ। ଏହାପରେ ସେ ତୃତୀୟ ଜୀବନସାଥୀଙ୍କୁ ଆପଣାଇଲେ। ଯାହା ସେମାନଙ୍କୁ ଏକ ଯମଜ ସନ୍ତାନର ପିତାମାତା ହେବାର ପରିଚୟ ଦେଲା। ଏବେ ମହିଳା ଜଣକ ୪ର୍ଥ ସ୍ୱାମୀଙ୍କ ଔରସରୁ ନିଜର ୧୦ ସନ୍ତାନକୁ ଗର୍ଭରେ ଧାରଣ କରିଛନ୍ତି।
ବଡ଼ ପରିବାର ଗଠନର ଅଭିଳାଷ; ୨୭ ବର୍ଷ ବୟସରେ ୯ ସନ୍ତାନର ମା’













Leave a Reply