ଇନ୍ଦୋରରେ ଦୂଷିତ ପାନୀୟ ଜଳ ମାମଲା: ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

Spread the love

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥିପୁରାରେ ଦୂଷିତ ପାଣି ପିଇବାଜନିତ ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏହି ଘଟଣାରେ କଂଗ୍ରେସ ରବିବାର ରାସ୍ତାକୁ ଓହ୍ଲାଇ ନ୍ୟାୟଯାତ୍ରା କରିଛି। ଘଟଣା ପାଇଁ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ, ମୃତକ ପରିିବାରକୁ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି। ମହିଳା କଂଗ୍ରେସ ନେତୃତ୍ୱରେ ବଡ଼ ଗଣପତି ଚୌକରୁ ବାହାରିଥିବା ଏହିି ଶୋଭାଯାତ୍ରା ରାଜୱାଡ଼ାରେ ଶେଷ ହୋଇଥିଲା। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ କଂଗ୍ରେସ ନେତା, ଦଳୀୟ କର୍ମକତ୍ତର୍ତା ଓ ସ୍ଥାନୀୟ ଅଧିବାସୀ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରାକାରୀମାନେ ଇନ୍ଦୋର ମେୟର, ବିଜେପି ସରକାର ଓ ପୌର ପ୍ରଶାସନ ବିରୋଧରେ ନାରାବାଜି ଦେବା ସହ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ସହ ଘଟଣାରେ ଜଡିତ ଅଧିକାରୀଙ୍କ ବିରୋଧରେ ହତ୍ୟା ଦଫା ଲଗାଇବା ପାଇଁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!