ଜୟପୁର : ଜୟପୁର ସହର ପାରାବେଡା ଜିରୁ ପଠାଣ ଲାଇନରେ ଜୁଆ ଖେଳ ଚାଲୁଥିବା ସୁଚନା ପାଇ ଟାଉନ ପୋଲିସ ଚଢାଉ କରିଛି । ଚଢାଉ କରି ୧୫ଜଣ ଜୁଆଡ୍ଡ୍?ିକୁ ଗିରଫ କରିଥିବା ବେଳେ ସେଥି ମଧ୍ୟରୁ ୫ ଜଣ ଅଭ୍ୟାସ ଗତ ଜୁଆଡ୍ଡିକୁ ୧୧୨ ଦଫାରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଜୟପୁର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ଅଚ୍ଚିତା ମିତ୍ତଲ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । କୋର୍ଟ ଚାଲାଣ ହୋଇଥିବା ଜୁଆଡ୍ଡି ମାନେ ହେଲେ ଜୟପୁର ନୁଆ ସାହି ୫ ଲାଇନର ତ୍ରିପତି ପାଣିଗ୍ରାହୀ (୫୨), ଅନନ୍ତ ବାସୁଦେବ ପଣ୍ଡା (୪୪) , ରଘୁନାଥ ନାୟକ (୪୯) ,ପାରାବେଡାର ରାଜେନ୍ଦ୍ର କୁମାର ସାହୁ (୫୬), ଦିପକ କୁମାର ନାୟକ (୩୮) । ସେହିପରି ଅନ୍ୟ ଜୁଆଡ୍ଡି ମାନେ ହେଲେ ବୈପାରିଗୁଡାର କିଶୋର ପ୍ରଧାନ (୪୩) ନୁଆଁ ସାହି ୫ ଲାଇନର ପଞ୍ଚାନନ ପଣ୍ଡା (୪୪), ଗୌଡସାହିର ସ୍ୟାମ ଘନ ସାହୁ (୪୫), ପୁରୁଣାଗଡର ସନ୍ତୋଷ କୁମାର ରଥ (୫୨), ଫାମ୍ପୁଣି ଗ୍ରାମର ହୃଦ ନନ୍ଦ ମଣ୍ଡଳ (୪୩), ସନ୍ତୋଷି ମା ଲାଇନର ସଙ୍କର ବେହେରା (୩୨) ଖାଲ ସାହିର ବିମଳ କୁମାର ସାହୁ (୪୩), କେବିଏସଡି ରୋଡର ସରୋଜ କୁମାର ପଟ୍ଟନାୟକ (୨୯) ଫାମ୍ପୁଣି ଗ୍ରାମର କୃଷ୍ଣ ବିଷୋୟୀ (୨୪) ଗାନ୍ଧୀ ଛକ କୁଳଜିତ ସିଂ (୫୭) । ଗିରଫ ଅଭିଯୁକ୍ତ ଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା, ୮ଟି ସ୍କୁଟି ଓ ବାଇକ, ୧୫ଟି ମୋବାଇଲ, ୧୦ଟି ସିଲ ପ୍ୟାକେଟ ତାସ, ୧୨ଟି ଖୋଲା ତାସ କୁ ଜବତ କରିଛି । ଅନ୍ୟ୧୦ ଜଣ ଜୁଆଡ୍ଡିକୁ ଥାନାରୁ ନୋଟିସରେ ଛଢାଯାଇଥିବା ବେଳେ ଅନ୍ୟ ୫ ଜଣ ଅଭ୍ୟାସଗତ କୁ ୧୧୨ ଦଫାରେ କୋର୍ଟ ଚାଲାଣ କରାଯାଇଛି । ପାରାବେଡା ଜିରୁ ଲାଇନରେ ଜୁଆ ଖେଳ ଚାଲୁଥିବା ସୁଚନା ପାଇ ଜୟପୁର ଟାଉନ ପୋଲିସ ଚଡାଉ କରିଥିଲା । ଚଢାଉ କରି ମାମଲା ରୁଜୁ କରି ୧୫ ଜଣକୁ ଗିରଫ କରି ୫ ଅଭ୍ୟାସ ଗତ ଜୁଆଡ୍ଡିକୁ କୋର୍ଟ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମୀଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ଏସଆଇ ସୁଦ୍ଧାନ୍ତ ବେହେରା, ଏସଆଇ ଗୋବିନ୍ଦ ହାଂସଦା ଉପସ୍ଥିତ ଥିଲେ ।
